ଧର୍ମ ପରାୟଣ ତଥା ସଂସ୍କୃତି ସୁରକ୍ଷକ କେ. କୃଷ୍ଣ ମୂର୍ତ୍ତି ପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର,୧୭/୯(ମନୋଜ ପାତ୍ର):ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମ ନିବାସୀ କେ. କୃଷ୍ଣମୂର୍ତ୍ତି ପାତ୍ର ୭୮ ବର୍ଷ ବୟସରେ ଗତ ୧୪ ତାରିଖ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ସେ ଜଣେ ଜଣେ ପ୍ରଜାବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ ।ସନାତନ ଭାରତୀୟ ସଂସ୍କୃତିପ୍ରିୟ ବ୍ୟକ୍ତି ଭାବେ ନିଜର ଜଣେ ପୁତ୍ର ପୁତ୍ରଙ୍କୁ “ଆମସେନା”ସ୍ଥିତ ଗୁରୁକୂଳରେ ଶିକ୍ଷାଭ୍ୟାସ ପାଇଁ ଭର୍ତ୍ତି କରିଥିଲେ ।ପ୍ରବୀଣ ବେଦ ବିଶାରଦ ତଥା ନୂଆପଡା ଜିଲ୍ଲାସ୍ଥିତ ହରିପୁର ଗୁରୁକୂଳର ସଂସ୍ଥାପକ ଓ ସଞ୍ଚାଳନ ଡ଼:ସୁଦର୍ଶନ ଦେବାଚାର୍ଯ୍ୟଙ୍କ ସେ ପିତା ଅଟନ୍ତି ।ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ,ସମସ୍ତ ପୁତ୍ର ଓ ପୁତ୍ରବଧୁ ଉପସ୍ଥିତ ଥିଲେ ।ବୈଦିକ ବିଧାନରେ ଜଗଦଳପୁର ଗ୍ରାମସ୍ଥିତ ସ୍ମଶାନଘାଟରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯାଇଥିଲା ।ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁର ଆର୍ଯ୍ୟ ସମାଜ ସଭାପତି କାନୂବାଳକୃଷ୍ଣ ବିହାରୀଙ୍କ ସମେତ ଆର୍ଯ୍ୟ ସମାଜ ପରିବାର ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!