ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ହ୍ୟୁମାନ ସାଗର

କଟକ,୧୯।୧ : ଥାନାରୁ ବାହାରିବା ପରେ ପତ୍ନୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ପ୍ଲେ ବ୍ୟାକ୍ ସିଙ୍ଗର୍ ହ୍ୟୁମାନ ସାଗର(Humane Sagar) । ଗତକାଲି ଅଭିଯୋଗ ଆସିବର ପରେ ଆଜି ଉଭୟ ସ୍ୱାମୀସ୍ତ୍ରୀ ଥାନାରେ ହାଜର ହୋଇଥିଲେ । ଆଉ ତା’ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଥ୍ୟା ବୋଲି ସେ କହିଛନ୍ତି । ଏପରିକି ଶ୍ୱଶୁର ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । କେବଳ ଏତିକି ନୁହେଁ ହ୍ୟୁମାନ ଜଣେ ଖ୍ରୀଷ୍ଟିଆନ୍ ଧର୍ମୀୟ ଲୋକେ ହୋଇଥିବା ବେଳେ ଶ୍ରେୟା ହିନ୍ଦୁ ବ୍ରାହ୍ମଣ ଅଟନ୍ତି । ତେଣୁ ଶ୍ରେୟା ବିବାହ ପରେ ତାଙ୍କର ଧର୍ମ ପରିବର୍ତ୍ତନ କରନ୍ତୁ ବୋଲି ମଧ୍ୟ ହ୍ୟୁମାନ ଚାପ ପକାଇବା କଥା ଶ୍ରେୟାଙ୍କ ଓକିଲ କହିଛନ୍ତି। ସେହିପରି ଶ୍ରେୟାଙ୍କ ବାପା କହିଛନ୍ତି ଯେ, ହ୍ୟୁମାନ ତାଙ୍କଠୁ ବିଭିନ୍ନ ସମୟରେ ୧୦ ଲକ୍ଷ, ୫ ଲକ୍ଷ ଏବଂ ଦାମୀ କାର୍ ଯୌତୁକରେ ମାଗିଛନ୍ତି। ସେହିପରି ହ୍ୟୁମାନ ଅନ୍ୟ ଝିଅ ସହିତ ସମ୍ପର୍କରେ ଥିବା କଥା ମଧ୍ୟ ତାଙ୍କର ପତ୍ନୀ ଅଭିଯୋଗ କରିଛନ୍ତି। ତେବେ ଥାନାରୁ ବାହାରିବା ପରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଛ ବୋଲି ହ୍ୟୁମାନ କହିଛନ୍ତି । ସେ ଜଣେ ହତ୍ୟାକାରୀ ନୁହନ୍ତି, ତେଣୁ ସେ କାହିଁକି ଏଭଳି କରିବେ ବୋଲି କହିଛନ୍ତି । ଅନ୍ୟପଟେ ହ୍ୟୁମାନଙ୍କ ମା’ ବୋହୁ ଶ୍ରେୟା ଉପରେ ମଧ୍ୟ ବଡ଼ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, ‘ଶ୍ରେୟା ଘରେ ତାଙ୍କର ଝିଅ କିମ୍ବା ସ୍ୱାମୀଙ୍କର କୌଣସି ଦାୟିତ୍ୱ ନେଇନଥାନ୍ତି। ନିଜେ ମଦ ପିଇ ହ୍ୟୁମାନଙ୍କୁ ମଧ୍ୟ ସେ ମଦ ପିଆଇଥାନ୍ତି । ତେବେ ଶ୍ରେୟା ନାଁରେ ସମସ୍ତ ପ୍ଲଟ୍‌, ଟଙ୍କା ଏବଂ ଜମି ରହିଥିବା ବେଳେ ଯୌତୁକ ଅଭିଯୋଗ ଭିତ୍ତିହୀନ ଅଟେ। କିନ୍ତୁ ଆଗକୁ ସମୟ ଆସିଲେ ବଡ଼ ଖୁଲାସା ସେ କରିବେ ବୋଲି କହିଛନ୍ତି।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: