ନବରଙ୍ଗପୁର , (ମିହିର ଶଙ୍କର ପାତ୍ର) ,୧୮।୯: ନୂଆଖାଇ ପରେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗାପଖନା ଗାଁ ରେ ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଏବଂ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବାଙ୍କ ଆହ୍ୱାନ କ୍ରମେ ନୂଆଖାଇ ଭେଟଘାଟ ସହ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତ୍ରା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ୍ ନାୟକ, ଯୁବ ନେତା ଲିଙ୍ଗରାଜ ଭତ୍ରା ,ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ସେବତୀ ସାନ୍ତା, ବାବୁଲାଲ ହରିଜନ, ଭକ୍ତ ଗୋବର୍ଦ୍ଧନ ବାବା, ଯଦୁମଣି ବାବା, କାର୍ତ୍ତିକ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ ଶାନ୍ତି ପାଇଁ ମହିମା ଧର୍ମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୋତିରାମ ନାୟକ କୁସଂସ୍କାର ଦୂର କରିବା ପାଇଁ ସାଧୁସନ୍ଥ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଗୋ ସୁରକ୍ଷା ଓ ଧର୍ମ ରକ୍ଷା ପାଇଁ ସାଧୁ ସମାଜ କୁ ନିବେଦନ କରିଥିଲେ। ସନ୍ଥ ସମାଜ ହିନ୍ଦୁ ମହାସଂଘ ର ଏହି ପ୍ରସ୍ତାବ କୁ ସମର୍ଥନ କରିଥିଲେ। ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ହଜାର ହଜାର ଲୋକ ଙ୍କ ସମାଗମ ରେ ଧର୍ମ ସଭା ଶାନ୍ତି ଶୃଙ୍ଖଳା ରେ ଅନୁଷ୍ଠିତ ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |