ନବରଙ୍ଗପୁର,୧/୯( ମିହିର ଶଙ୍କର ପାତ୍ର):ଡାବୁଗାଁ ବ୍ଲକରେ ଧାନରେ ହେଉଥିବା ବ୍ଲାଷ୍ଟ ରୋଗ ଯୋଗୁଁ ଫସଲହାନୀର ଆଶଙ୍କା ବଢ଼ି ଯାଇଛି। ଏହି ବିଷୟରେ ଚାଷୀ ମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ରାଷ୍ଟ୍ରବାଦୀ କୃଷକ ମହାସଂଘର ଏକ ପ୍ରତନିଧି ଦଳ ସ୍ଥାନୀୟ କୃଷି ଅଧିଦର୍ଶକ ଶ୍ରୀ ଭୀମସେନ ନାୟକ ଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରବାଦୀ କୃଷକ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର କୃଷି ବିଭାଗର ଅବହେଳା ଏବଂ କୃଷକ ମାନଙ୍କ ସମସ୍ୟା କୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଗତ ଗୁଲାବ୍ ବାତ୍ୟା ଯୋଗୁଁ ମକ୍କା ଚାଷୀ ମାନଙ୍କ ହୋଇଥିବା କ୍ଷୟକ୍ଷତି ଏବଂ ବର୍ତ୍ତମାନ ଧାନରେ ବ୍ଲାଷ୍ଟ ରୋଗ ହେଉଥିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି କରିଛନ୍ତି। ଏହି ଅବସରରେ ରାଷ୍ଟ୍ରବାଦୀ କୃଷକ ମହାସଂଘ ର ଜିଲ୍ଲା ସାଧାରଣ ସଂପାଦକ ମହେଶ ରାୟ ପାତ୍ର ଏବଂ ଡାବୁଗାଁ ବ୍ଲକ ସଭାପତି ରତନ କଲାର ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ସାଧାରଣ ସଂପାଦକ ମହେଶ ରାୟ ପାତ୍ର କୃଷି ଅଧିକାରୀମାନେ ଗାଁ ଗାଁ ବୁଲି କ୍ଷୟକ୍ଷତି ର ଆକଳନ କରନ୍ତୁ ବୋଲି ପ୍ରକାଶ କରିଥିଲେ। ବ୍ଲକ୍ ସଭାପତି ରତନ କଲାର ରାଜ୍ୟ ସରକାରଙ୍କ ଅବହେଳା ଏବଂ କୃଷି ବିଭାଗର ଅସହଯୋଗକୁ ନିନ୍ଦା କରିଥିଲେ। ଆଗାମୀ ଦିନରେ ରାଷ୍ଟ୍ରବାଦୀ କୃଷକ ମହାସଂଘ ର ଶାଖା ପ୍ରତି ଗାଁ ରେ ଖୋଲା ଯିବ ଏବଂ କୃଷକ ମାନଙ୍କ ସମସ୍ୟା କୁ ସଂଘବଦ୍ଧ ଭାବେ ଉଚିତ୍ ସ୍ଥାନରେ ଉପସ୍ଥାପନ କରାଯିବ ବୋଲି ସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |