ଗଞ୍ଜାମ,୧୨/୯(ମନୋଜ ପାତ୍ର): ଏକ ଧାନ ବିଲରୁ କୁମ୍ଭୀରକୁ ଉଦ୍ଧାର କରାଯାଇଥିବା ଘଟଣାରେ ସ୍ଥାନୀୟ ଗ୍ରାମବାସୀମାନେ ଆତଙ୍କିତ ହୋଇଥିବା ଜଣାପଡିଛି ।ଏହି ଘଟଣା ବର୍ତ୍ତମାନ ଦିଗପହଣ୍ଡି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ତଲାସିଙ୍ଗି ଗ୍ରାମରେ ଶନିବାର ଦିନ ଏକ ଧାନ ବିଲରେ କୁମ୍ଭୀର ଥିବା କିଛି ଚାଷୀ ଦେଖିଥିଲେ ।ଏହା ପରେ ଗ୍ରାମବାସୀଙ୍କୁ ଏହି ସମ୍ପର୍କରେ ଜଣାଇବା ପରେ ଏହି ଖବର ଦ୍ରୁତ ଗତିରେ ବ୍ୟାପି ଯାଇଥିଲା ।ଏବଂ ବନ ବିଭାଗକୁ ମଧ୍ୟ କୁମ୍ଭୀର ଥିବା ନେଇ ଖବର ଦିଆଗଲା ।ଖବର ପାଇବା ପରେ ବନ ବିଭାଗ ଆସି କୁମ୍ଭୀରକୁ ଉଦ୍ଧାର କରିଥିଲା । ଦିଗପହଣ୍ଡି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ଘୋଡାହାଡ଼ ଡ୍ୟାମରେ ଛଡା ଯାଇଛି । ତେବେ କୁମ୍ଭୀରଟି ନିକଟରେ ଥିବା କୌଣସି ନାଳ କିମ୍ବା ନଦୀରୁ ଭାସି ଆସି ବିଲ ମଧ୍ୟରେ ଫସି ରହିଥିବା କୁହାଯାଉଛି ।ତେବେ ଏହି ଭଳି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |