ଧାମନଗରରୁ ଉଠିଲା ୧୪୪ ଧାରା

ଧାମନଗର, ୨୪/୦୩:   ଭଦ୍ରକରେ ପୌର ନିର୍ବାଚନ ସମୟରେ ଭଦ୍ରକ ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ରେ ବୁଥ୍ ରିଗିଂକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥଲା ଏବଂ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ଯାହାକୁ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ  ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା   |ଆଜି ସକାଳ ୫ଟାରୁ ଉଠାଇ ଦିଆଯାଇଛି ୧୪୪ ଧାରା । ସେଠାକାର ପରିସ୍ଥିତି ଶାନ୍ତ ରହିଛି ଏବଂ ସ୍ବାଭାବିକ ହେଉଥିବା ପରିଲକ୍ଷିତ ହୋଇଛି। . ଲୋକେ ସକାଳେ ବଜାରକୁ ଆସୁଥିବାର ଦେଖିବାକୁ ମିଳିଛି। ବସ୍ ଚଳାଚଳ ବି ଆରମ୍ଭ ହେୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: