ଧାମନଗର,୦୬/୧୧: ଧାମନଗରରେ ବାଜି ମାରିଲା ବିଜେପି। ଧାମନଗରରେ ବିପୁଳ ବିଜୟ ହାସଲ କଲା ବିଜେପି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଦ୍ୱନ୍ଦ୍ୱୀ ଶାସକ ବିଜେଡିର ପ୍ରାର୍ଥୀଙ୍କୁ ହରାଇ ଜିତାପଟ୍ ହାସଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ ୭୫,୨୩୯ ଭୋଟ୍ ପାଇଥିବାବେଳେ ବିଜେଡିର ପ୍ରାର୍ଥୀ ଅବନ୍ତି ଦାସ ୬୬,୪୧୪ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସ ୩୧୭୫ ଭୋଟ ପାଇଥିବାବେଳେ ସ୍ୱାଧିନ ୭୮୮୮ ଖଣ୍ଡ ଭୋଟ୍ ପାଇଛନ୍ତି। ତେବେ ବିଜେଡିକୁ କଡା ଟକ୍କର ଦେଇ ବିପୁଳ ବିଜୟ ହାସଲ କରିଛି ବିଜେପି। ୧୮ ରାଉଣ୍ଡରେ ୯୧୭ ଖଣ୍ଡ ଭୋଟ୍ରେ ବିଜେପି ଆଗରେ ଥିଲା। ୧୮ ରାଉଣ୍ଡ ଶେଷ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି। ତେବେ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶାସକ ବିଜେଡିକୁ ଶକ୍ତ ଧକା ଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |