ଧାମନଗର ଉପନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ

ଭଦ୍ରକ ,୦୧/୧୧: ଧାମନଗର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଆସନ୍ତା ୩ ତାରିଖରେ ଭୋଟ୍ । ତାର ୪୮ଘଣ୍ଟା ଆଗରୁ ଆଜି ସନ୍ଧ୍ୟା ୫ଟାରେ ସରିବ ନିର୍ବାଚନ ପ୍ରଚାର ।   ଭୋଟରଙ୍କୁ ଆକୃଷ୍ଟ କରିବାକୁ ମଇଦାନରେ ହେଭିଓ୍ବେଟଙ୍କ ଜୋରଦାର କ୍ୟାମ୍ପେନ । ଆଜି ପୁଣିଥରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ପାଇଁ ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଅପରାହ୍ନ 3ଟାରେ ଧୂଷୁରି ବାସନ୍ତି ପଡିଆ ଠାରେ ଆୟୋଜିତ ଜନସଭାକୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୨୮ , ୨୯ ଦୁଇ ଦିନ ଧରି ଧାମନଗର ଏବଂ ତହିଡି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ଶୋ ଏବଂ ପଦଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଆଜି ଶେଷ ଦିନରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଓହ୍ଲାଉଥିବା ବେଳେ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଛି ।  ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିଲେ । ସେପଟେ ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ଏବଂ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ମଧ୍ୟ ଶେଷ ଦିନରେ ଜୋରଦାର ପ୍ରଚାର ଲାଗି ପ୍ରସ୍ତୁତି କରିଛନ୍ତି । ଆଜି ସଂଧ୍ୟାରୁ ପ୍ରଚାର ବନ୍ଦ ହେବାକୁ ଥିବାବେଳେ ଆସନ୍ତା 3 ତାରିଖରେ ଧାମନଗର ଉପନିର୍ବାଚନ ଲାଗି ଭୋଟ ପଡିବ, ଆସନ୍ତା 6 ରେ ବାହାରିବ ଫଳାଫଳ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: