ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି

କୋକସରା ୨୪/୧୧: ଆଜିକୁ ୩ ଦିନ ହେବ ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଲେଡିସ ଅଙ୍ଗନବାଡ଼ି ୱର୍କର ପକ୍ଷରୁ ଧାରଣା ଜାରି ରହିଛି। ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି। ଧାରଣ ରହି ନିଜର ହକ୍ ପାଇଁ ସରକାରଙ୍କୁ ପ୍ରତିବାଦ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ।  ୮ ଦଫା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କୁ ନିଜର ହକ ପାଇଁ ଆନ୍ଦୋଳନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ।ଗୁରୁବାର କୋକସରା ବ୍ଲକ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ ।ତେବେ ଆଜି ମାର୍ଗଶୀର ତୃତୀୟ ଗୁରୁବାର ଥିବା ରାସ୍ତାରେ ଧରାଣା ବସିବା ସହ ମାଣବସା ପାଳନ କରି ଅଙ୍ଗନବାଡ଼ି କର୍ମୀ ମାନେ ଅଭିନବ ଭାବେ ସରକାରଙ୍କୁ ପ୍ରତିବାଦ କରିଛନ୍ତି। ଧାରଣାସ୍ଥଳରେ ଅଙ୍ଗନବାଡ଼ି କର୍ମୀମାନେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଲକ୍ଷ୍ମୀ ପୁରଣା ଗୀତ ବୋଲି ପ୍ରତିବାଦ କରଛନ୍ତି। ମା’ ଲକ୍ଷ୍ମୀ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ ଓ ଆମର ଦାବିକୁ ଶୀଘ୍ର ସରକାର ମାନି ନିଅନ୍ତୁ ବୋଲି ଗୁହାରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: