ଧାରଣା ପାଇଁ ପ୍ରାଥମିକ ଶିକ୍ଷକଙ୍କୁ ମିଳିଲାନି ଅନୁମତି

ଭୁବନେଶ୍ୱର,୧୫ା୩ :ଆଜି ମାଷ୍ଟରକ୍ୟାଣ୍ଟିନ୍‌ ରେ ଗର୍ଜିବେ ଶିକ୍ଷକ, ଶିକ୍ଷୟିତ୍ରୀ । ରାଜ୍ୟ ସରକାରଙ୍କ ବିରୋଧରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ତିନି ମାସ ସମୟ ନେଲେ ସରକାର। ହେଲେ ଦାବି ପୂରଣ କଲେନି। ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ହଜାରେ କି ଦୁଇ ହଜାର ନୁହେଁ, ବରଂ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହୋଇଛନ୍ତି ଦେଢ଼ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ। ବୁଧବାର   ଲୋୟର ପିଏମ୍‌ଜିରେ ଧାରଣା ପାଇଁ ଶିକ୍ଷକମାନଙ୍କୁ ଅନୁମତି ମିଳିନାହିଁ। ଟ୍ରାଫିକ୍ ସମସ୍ୟା ଉପୁଜିବା ଆଳରେ କମିଶନରେଟ୍ ପୋଲିସ ଧରଣା ପାଇଁ ଅନୁମତି ଦେବାକୁ ମନା କରି ଦେଇଛି। ଆସନ୍ତାକାଲିର ଧାରଣାରେ ପ୍ରାୟ ୪୦ ହଜାର ଶିକ୍ଷକ ଏକଜୁଟ୍ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପିଲାମାନେ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ତେଣୁ କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତି ନେଇଛି କମିସନରେଟ ପୋଲିସ |ରାଜଧାନୀରେ ‌ଦେଢ଼ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମ୍ନା କରିବା ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ଗୋଟିଏ ପଟେ ବିଧାନସଭା ଚାଲିଛି। ଆଉ ଅନ୍ୟପଟେ ଏତେ ସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ଲୋୟର ପିଏମ୍‌ଜିରେ ଅଟକାଇବା ସମ୍ଭବପର ହେବ ନାହିଁ। ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ କମିସନରେଟ୍‌ ପୁଲିସ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ତା’‌ସତ୍ତ୍ବେ ବି ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ବରରେ ପହଞ୍ଚିଥିବାରୁ ପୁଲିସ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। କେଉଁଭଳି ଭାବେ ଆନ୍ଦୋଳନକୁ ଭଣ୍ଡୁର କରିବେ ସେଥିପାଇଁ ନକ୍ସା ପ୍ରସ୍ତୁତ ଚାଲିଛି। ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଘନ ଘନ ବୈଠକ ବସିଛି। ଶିକ୍ଷକମାନଙ୍କ ଆନ୍ଦୋଳନ ସାଙ୍ଗକୁ ବୁଧବାର ବସ୍‌ ଡ୍ରାଇଭରମାନେ ଧର୍ମଘଟକୁ ଓହ୍ଲାଇବାକୁ ଡାକରା ଦେଇଛନ୍ତି। ତେଣୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ଏବେ ବଡ଼ ଆହ୍ବାନ ପାଲଟିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!