ଭୁବନେଶ୍ୱର ,୧୮।୧୦: ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ନକଲି ମେଡିସନକୁ ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନକଲି ଔଷଧ କାରବାର ରୋକିବା ଦିଗରେ କାର୍ଯ୍ୟ କରିବେ ଜନସାଧାରଣ । ଜନତା ଜାଗ୍ରତ ହେଲେ ଏହା ଉପରେ ରୋକ ଲାଗି ପାରିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ପ୍ରକାଶ ପାଇଛି ।ରାଜ୍ୟ ଡ୍ରଗସ କଣ୍ଟ୍ରୋଲର ଅଧିକାରୀଙ୍କ ଫୋନ୍ ନମ୍ବର ଗଣମାଧ୍ୟମରେ ପ୍ରକାଶ କରାଯିବ । ଯଦି ଜନସାଧାରଣ କୌଣସି ନକଲି ଔଷଧ ସମ୍ପର୍କରେ କିଛି ସୂଚନା ପାଆନ୍ତି, ତେବେ ଉକ୍ତ ନମ୍ବରରେ କଲ୍ କରିପାରିବେ । ସେହିପରି ରାଜ୍ୟ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ମଧ୍ୟ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରେଞ୍ଜ-୨ ଓ ୫ ଅଧିନରେ ଥିବା ସମସ୍ତ ମେଡିସିନ ଦୋକାନ, ହୋଲସେଲର ଓ ଷ୍ଟକିଷ୍ଟଗୁଡ଼ିକରେ ଦୋକାନ ଆଗରେ ନୋଟିସ୍ ବୋର୍ଡ ଲଗାଇବାକୁ ବାଧ୍ୟତାମୂକଳ କରାଯାଯାଇଛି ।ଜନସାଧାରଣ ମେଡିସିନର ସାଇଡ୍ ଇଫେକ୍ଟ, ଅପମିଶ୍ରିତ ମେଡିସିନ ସମ୍ବନ୍ଧୀୟ ଯେ କୌଣସି ଅଭିଯୋଗ ଉକ୍ତ ନମ୍ବର ମାଧ୍ୟମରେ କରିପାରିବେ । ଏନେଇ ରେଞ୍ଜ-୨ ଓ ୫ର ଡ୍ରଗ ଇନ୍ସପେକ୍ଟର ବିଭିନ୍ନ ମେଡିସିନ ଦୋକାନ ବୁଲି ନୋଟିସ୍ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |