ନକଲି ବିଏଡ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକଙ୍କ ନାଁରେ ମାମଲା ରୁଜୁ

ବ୍ରହ୍ମପୁର,  ୨୨/୦୯ : (ମନୋଜ କୁମାର ପାତ୍ର): ନକଲି ବିଏଡ ସାର୍ଟିଫିକେଟ ଦେଇ ଚାକିରି କରିଥିବା ନୂଆ ବାଇଗଣବାଡି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜିତ କୁମାର ବିଷୋୟୀଙ୍କ ନାଁରେ ସଦର ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍. ଗିରିଧରଙ୍କ ଅଭିଯୋଗପ୍ରକାରେ ଥାନାରେ ୪୨୭/୨୨ରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାପ୍ରକାରେ, ରଞ୍ଜିତ କୁମାର ବିଷୋୟୀ ନକଲି ବିଏଡ ସାର୍ଟିଫିକେଟ ଓ ମାର୍କସିଟ ଦେଇ ଶିକ୍ଷକ ଚାକିରି କରୁଥିବା ନେଇ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ସାର୍ଟିଫିକେଟର ସତ୍ୟତା ଜାଣିବାକୁ ଉତ୍କଳ ବିଶ୍ବବିଦ୍ୟାଳୟରୁ ରିପୋର୍ଟ ମଗାଯାଇଥିଲା । ରଞ୍ଜିତଙ୍କ ବିଏଡ ସାର୍ଟିଫିକେଟ ନକଲି ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିବା ପରେ ତାଙ୍କ ନାଁରେ ଥାନାରେ ଏତଲା ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଗଞ୍ଜାମରେ ପୂର୍ବରୁ ଅନେକ ନକଲି ଶିକ୍ଷକ ସାମ୍ନାକୁ ଆସିଥିବା ବେଳେ ଆଗାମୀ ଦିନରେ ମଧ୍ୟ ବହୁ ମାମଲା ସାମ୍ନାକୁ ଆସିବ ବୋଲି ଶୁଣିବାକୁ ମିଳୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: