ନଦୀବନ୍ଧକୁ ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କ ବାଲି ଗାଡି ଚଳାଚଳକୁ ବିରୋଧ

କେନ୍ଦ୍ରାପଡା,୨୫/୧୧: ଆଳି ତହସିଲ ଅଧୀନରେ ଥିବା ହଦୁଆ ଗ୍ରାମ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରୁ ଦୈନିକ ଶହଶହ ଟ୍ରିପ ବାଲିବୋଝେଇ ଟ୍ରାକ୍ଟର, ହାଇୱା ଗାଡି ଚଳାଚଳ କରୁଥିବାରୁ ସୁରକ୍ଷା କବଚ ଭାବେ ଥିବା ନଦୀବନ୍ଧ ଦୁର୍ବଳ ହୋଇଗଲାଣି l ବାଲି ଟେଣ୍ଡର ନେଇଥିବା ମାଫିଆ ଜଣକ ନଦୀରୁ ବାଲି ଉଠାଇବା ନିମନ୍ତେ ଟ୍ରାକ୍ଟର, ହାଇଓ୍ଵା, ଜେସିବି ମେସିନ ଆଦି ଗାଡିକୁ ନଦୀକୁଳକୁ ନେବା ନିମନ୍ତେ ନଦୀବନ୍ଧ କାଟି ରାସ୍ତା ନିର୍ମାଣ କରିଛନ୍ତି l ଜେସିବି ମେସିନ ସାହାଯ୍ୟରେ ଯେଉଁଭଳି ଭାବେ ନଦୀବନ୍ଧ କଟା ଯାଇ ରାସ୍ତା ନିର୍ମାଣ ହେଉଛି ତାହା ନଦୀବନ୍ଧକୁ ଦୁର୍ବଳ କରିଦେଉଛି l ଯାହାଫଳରେ ସାଧାରଣ ଲୋକ ନଦୀ ବନ୍ଧରେ ଯାତାୟତ କରିବାରେ ଅସୁବିଧା ହେଉଥିବା ବେଳେ କ୍ଷେତରୁ ଅମଳ କରିଥିବା ଫସଲ ଆଣିବା ବେଳେ ଗାଡି ପଲଟି ଯାଉଛି lଖରସ୍ରୋତା ନଦୀରୁ ବାଲି ବୋଝେଇ ଟ୍ରାକ୍ଟର, ହାଇୱାର ଅବାଧ ଚଳାଚଳ ଯୋଗୁଁ ଅସୁରକ୍ଷିତ ହୋଇପଡିଛି ନଦୀବନ୍ଧ l ନଦୀବନ୍ଧକୁ ସୁରକ୍ଷା ଦେବା ନିମନ୍ତେ ଅଣ୍ଟା ଭିଡିଛନ୍ତି ଆଳି ତହସିଲ ଅନ୍ତର୍ଗତ ହଦୁଆ ଗ୍ରାମବାସୀ l ଗ୍ରାମବାସୀ ଓ ଜମି ମାଲିକ ମାନେ ଏକଜୁଟ ହୋଇ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ରାସ୍ତାରେ ବାଉଁଶ ବାନ୍ଧି ବାଲି ଗାଡି ଚଳାଚଳକୁ ବିରୋଧ କରିଛନ୍ତି l ପ୍ରଶାସନ ଯଦି କିଛି ପ୍ରତିକାର ବ୍ୟବସ୍ଥା ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ l ତହସିଲ ପକ୍ଷରୁ ଖରସ୍ରୋତା ନଦୀରୁ ଯେଉଁ ପରିମାଣର ବାଲି ଉଠାଇବା ନିମନ୍ତେ ଟେଣ୍ଡର ଧାର୍ଯ୍ୟ କରାଯାଇଛି ତା ଠାରୁ ଢେର ଅଧିକ ପରିମାଣର ବାଲି ଉଠାଯିବା ସଙ୍ଗେସଙ୍ଗେ ଗ୍ରାମବାସୀଙ୍କ ଜୀବନ ରକ୍ଷା ନିମନ୍ତେ ଥିବା ନଦୀ ବନ୍ଧକୁ ବାଲି ମାଫିଆ ମାନେ ଯେଉଁଭଳି ଭାବେ କାଟି ଵାଲି ବୋଝେଇ ଗାଡି ନେଉଛନ୍ତି ତାହା ନଦୀବନ୍ଧକୁ ଦୁର୍ବଳ କରିବା ସଙ୍ଗେସଙ୍ଗେ ବନ୍ଧ କଡ଼ରେ ରହୁଥିବା ହଦୁଆ ଗ୍ରାମବାସୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି l ତହସିଲ ଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ମାଫିଆ ମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି l ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ତହସିଲ ଘେରାଉ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: