ମାର୍ଶାଘାଇ, ୦୪/୧୨ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ବିଚଣା ନିକଟ ଚିତ୍ରୋତ୍ପଳା ନଦୀ ଶନିଘାଟରେ ଗାଧେଇବାକୁ ଯାଇ ୨ ତାରିଖ ଦିନ ଭାସିଯାଇଥିଲେ ୩ ଯୁବକ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିଲେ ମତ୍ସ୍ୟଜିବୀ। ଆଉ ଜଣେ ଯୁବକ ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଭାଟପଡା ଗାଁର ଶୁଭମ୍ ଶଙ୍କର ମହାରାଜ। ଦୁଇ ଦିନ ପରେ ନଦୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। କୋରୁଆ ଅଗ୍ନିଶମ ବାହିନୀ ଓ ଗରଦପୁରୁ ଅଗ୍ନିଶମ ବାହିନୀ ଶୁଭମଙ୍କୁ ବହୁତ ଖୋଜାଖୋଜି କରି ଫେରି ଯାଇଥିଲେ। ଆଜି ସକାଳୁ ଶୁଭମର ମୃତଦେହ ନଦୀରେ ଭାସୁଥିବା ଦେଖି ସମ୍ପର୍କୀୟ ଉଦ୍ଧାର କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |