ଝାରସୁଗୁଡ଼ା, ୦୨/୦୪: ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଡିଜିଟାଲ କୋର୍ଟ ଏବଂ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ କୋର୍ଟ ରୁମ୍, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଓ ସାକ୍ଷୀ ପ୍ରତୀକ୍ଷା ଗୃହର ଶୁଭ ଉଦଘାଟନ କରିଛନ୍ତି। କୋର୍ଟରେ ସାକ୍ଷ ଗ୍ରହଣ ସମୟରେ ଯେଉଁ ସାକ୍ଷୀମାନେ ନିଜକୁ ଅସୁରକ୍ଷିତମନେ କରିବେ ସେମାନେ ଏହି ସ୍ଥାନରେ ନିଜର ସାକ୍ଷ ପ୍ରଦାନ ପାଇଁ ଆସି ସାକ୍ଷୀ ଦେଇପାରିବେ ଏବଂ ଦୁଷ୍କର୍ମ ପିଡୀତା ଯେଉଁମାନେ ସାକ୍ଷ ପ୍ରଦାନ ସମୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ସେମାନେ ମଧ୍ୟ ଏହି ଡିଜିଟାଲ କୋର୍ଟ ଦ୍ୱାରା ସାକ୍ଷ ପ୍ରଦାନ କରିପାରିବେ । ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି ଏବଂ ଏହି ନିର୍ଦ୍ଧିଷ୍ଟ ଗାଇଡ଼ଲାଇନ ଅନୁସାରେ ସାକ୍ଷ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଡିଜିଟାଲ କୋର୍ଟ ରୁମ ସାକ୍ଷୀମାନଙ୍କ ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯାଇଛି ।ଏହି ଅବସରରେ ସେ ତାଙ୍କ ଉଦଘାଟନୀ ଅଭିଭାଷଣରେ କହିଥିଲେ , ଏହି କେନ୍ଦ୍ର ଦ୍ବାରା ମହିଳା, ନାବାଳକ ସାକ୍ଷୀ ମାନଙ୍କ ସହ ସାକ୍ଷ ପ୍ରଦାନ ପାଇଁ ପ୍ରତିପକ୍ଷଙ୍କ ଠାରୁ ଭୟ କିମ୍ବା ଧମକ ପାଉଥିବା ସାକ୍ଷୀ ମାନେ ନିର୍ଭୟର ସହ ସାକ୍ଷ ପ୍ରଦାନ କରିପାରିବେ । ଏଥି ଦ୍ଵାରା ମାମଲା ଗୁଡ଼ିକର ଅବାଧ ବିଚାରଣା ହେବା ସଙ୍ଗେ ସଙ୍ଗେ ଜନ ସାଧାରଣ ଉଚିତ୍ ନ୍ୟାୟ ପାଇପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |