ନବରଙ୍ଗପୁର/ଡାବୁଗାଁ,୮/୮(ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲାର କୃଷି ଭିତିକ ପର୍ବ ଉଆଁସ ପରବ ବା ପବିତ୍ର ଚିତା ଲାଗି ଅମାବାସ୍ୟା ।ନବରଙ୍ଗପୁର ଜିଲ୍ଲାରେ ଏହା ଏକ କୃଷି ଭିତିକ ପର୍ବ ଭାବରେ କେଉଁ ଆଦିମ କାଳରୁ ଚାଲିଆସୁଛି । ଏହି ଦିନ ଆମ ଆଦିବାସୀ ଭାଇ ମାନେ ନିଜନିଜ ଜମିରେ ଆଦିବାସୀ ପରମ୍ପରା ଅନୁସାରେ ଦେଓବାଡ଼ନି,ବାତ୍ରୀ ବୁଟା, କେନ୍ଦୁ ଡାଲ ଖାଲଖଳି ପତିଥାନ୍ତି ଏବଂ କ୍ଷୀରି ,ଚିତଉ ଭାଗ ଲଗାଇ ନଡ଼ିଆ ଭାଙ୍ଗି ଧୂପଦୀପ ଦେଇ ପୂଜାକରି ଥାନ୍ତି ।
ଆଦିବାସୀ ଭାଇମାନଙ୍କ ବିଶ୍ୱାସ ଅଛି ଏଭଳି କରିବା ଦ୍ୱାରା ଚାଷ ଜମିରେ ରୋଗ ପୋକ ହୋଇନଥାଏ ।ମାଟି ମାଁ ଙ୍କୁ ଏବର୍ଷ ଚାଷ ଭଲ ହେଉ ବଲି ପାର୍ଥନା କରିଥାନ୍ତି । ଏବଂ ଜଙ୍ଗଲରୁ ସଂଗ୍ରହ କରି ଆଣିଥିବା ଢାଳ ପତ୍ରକୁ ସମସ୍ତଙ୍କ ଘର ଦୁଆରବନ୍ଦ ଓ ନିଜ ନିଜ ଗାଈ ଗୁହାଳରେ ଲଗାଇବା ସହିତ ପୂଜାବିଧି କରିବାର ଦେଖିବାକୁ ମିଳିଥିଲା l ଏହା ଦ୍ୱାରା ଘରକୁ ରୋଗ ଜୀବାଣୁ ପ୍ରବେଶ କରିବ ନାହିଁ ବୋଲି ବିଶ୍ୱାସ ରହିଛି ଓ ସମସ୍ତଙ୍କ ଘରେ ପିଠାପଣା ସହିତ ଆମିଷ ରୋଷେଇ କରାଯାଇଥାଏ lଖୁବ ଆନନ୍ଦରେ ଏହି ପର୍ବ ପାଳନ କରିଥାନ୍ତି କିନ୍ତୁ କରନା ଯାଗୁଁ ଏବର୍ଷ ଟିକେ ଫିକା ପଡି ଯାଉଛି ଏହି ପର୍ବ । ଠିକ ଏହିପରି ଓଡ଼ିଶାର ପରମ୍ପରା ଅନୁସାରେ ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ। ପୂଜା ଓ ଧୂପ ଶେଷ ହେବା ତିନି ଠାକୁରଙ୍କ ଲଲାଟରେ ଚିତାଲାଗି କରାଯାଏ। ।ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଚିତଲାଗି ଅମାବାସ୍ୟା ପାଳନ କରାଯାଏ।ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ସେଥିପାଇଁ ଏହା ‘ଗେଣ୍ଡେଇକଟା ଓଷା’ ନାମରେ ମଧ୍ୟ ପ୍ରସିଦ୍ଧ। ବାଲେଶ୍ୱର, ମୟୂରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ ‘ଗେଣ୍ଡାକଟା ଅମାବାସ୍ୟା’ କୁହାଯାଏ।ଯାହାବି ହେଉ ଆମ ଓଡ଼ିଶା ରୋ ପରମ୍ପରା ସବୁଠୁ ନିଆରା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |