ନବରଙ୍ଗପୁର ଅଞ୍ଚଳରେ ଆଦିବାସୀ ମାନଙ୍କ ପାରମ୍ପାରିକ ପର୍ବ “ପୌଷ ପରବ” ପାଳନ

ନବରଙ୍ଗପୁର,୩୦/୦୧ :-ଆଦିବାସୀ ତଥା ପାରମ୍ପରିକ ବନବାସୀଙ୍କ ନିଆରା ପର୍ବ ପୌଷ ପର୍ବ ପୌଷ ମାସରେ ପାଳିତ ହୋଇଥାଏ । ନବରଙ୍ଗପୁର ଜିଲା ଡାବୁଗାଁ ଅଞ୍ଚଳରେ ଏହି ପର୍ବ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି । ଆଦିବାସୀ ମାନଙ୍କ ଏହି ପର୍ବ ପ୍ରାୟ ଏକ ସପ୍ତାହ ଦ ଧରି ପାଳନ କରାଯାଇଥାଏ । ସାଧାରଣତଃ ଏହି ପର୍ବ ପାରମ୍ପରିକ ଭାବେ ବନବାସୀ ତଥା ଆଦିବାସୀ ପରଜା ,ଗଦବା ଓ କୁଇ ଇତ୍ୟାଦି ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି । ଆଦିବାସୀ ମାନେ ଏହି ପର୍ବ କୁ ବହୁତ ନିରାଡ଼ମ୍ବର ଭାବେ ପାଳନ କରିଥାନ୍ତି ।ବହୁ ବେଶ ପୋଷାକ ଧରି , ବାଜା ବଜାଇ , ଅନେକ ମଜା ମଜଲିସ କରି ଆଦିବାସୀ ମାନେ ପୌଷ ମାସ ପୂର୍ଣମି ସମୟରେ ଗ୍ରାମ ରେ ନାଚ ଗୀତ କରି କିଛି ମଗନ୍ତି । ସେହିଭଳି ଗ୍ରାମରେ ଛୋଟ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ନୂଆ ପୋଷାକ ପରିଧାନ କରି ଚେରଛେରାନୀ ବା ପୁଷ ବୁଢିଆ ମାଗି ଥାଆନ୍ତି “ଛେର ଛେରା ନି ଦିଆତା କୁଟା ଘୋରା ରୁଆତା” ଅର୍ଥାତ ଆମକୁ ଚାଉଳ ମୁଠେ ଆଗ ଦିଅ ପରେ ତମ ଧାନ କୁଟା ,ମାଣ୍ଡିଆ ଘୋରା କାମ କର କହି ଘର ଘର ବୁଲି ଚାଉଳ ମାଣ୍ଡିଆ ଓ ପନିପରିବା ମାଗିଥାନ୍ତି ।ଏଭଳି ଆଦିବାସୀ ମାନେ ପାରମ୍ପାରିକ ବାଦ୍ୟ ସହ ବିଭିନ୍ନ ବେସଭୁଷା ହୋଇ ମଉଜ ମସ୍ତି କରିଥାନ୍ତି । ଏବଂ ରାଗ ରୁଷା ଛାଡି ସମସ୍ତେ ସମସ୍ତଙ୍କ ଘରକୁ ଯାଇ ଭାଇଚାରାର ପର୍ବ ପାଳିଥାନ୍ତି ।ଏହି ପରମ୍ପରା ଧୀରେ ଧୀରେ ଲୁପ୍ତ ହୋଇ ଆସୁଥିବା ବେଳେ ପାରମ୍ପରିକ ବନବାସୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଡାବୁଗାଁ ଅଞ୍ଚଳରେ ବହୁ ଆଡମ୍ବରରେ ପାଳନ କରୁଥିବାର ଦେଖିବାକୁ ମିଳିଛି । ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: