ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ର ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର,୨୪/୦୯(ମିହିର ଶଙ୍କର ପାତ୍ର):ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।ଏଥିନିମନ୍ତେ ଆୟୋଜିତ କର୍ମଶାଳାକୁ ଉଦଘାଟନ କରି ଅଧକ୍ଷ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ନାୟକ ସ୍ବେଚ୍ଛାସେବୀଙ୍କୁ ପାଠପଢା ସହ ସମାଜ ସେବାରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ ।ସନ୍ମାନିତ ଅତିଥିଭାବରେ ଯୋଗଦେଇ ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଡ଼ଃ ଭାସ୍କର ନାଥ ବିଶ୍ୱାଳ ସମାଜ ସେବା ର ଗୁରୁତ୍ୱ ଓ ଅନ୍ୟ ମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜାତୀୟ ସେବା ସଂସ୍ଥା ର ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଯୋଗଦେଇ ସମାଜ ସେବାରେ ଜାତୀୟ ସେବା ସଂସ୍ଥା ର ଭୂମିକା ବିଷୟରେ ଆଲୋଚନା କରିବା ସହ ସ୍ବେଚ୍ଛାସେବୀଙ୍କୁ ନିଜ ବ୍ୟକ୍ତିତ୍ୱର ବିକାଶ ସହ ସମାଜର ଉନ୍ନତି ପାଇଁ ଏହି ସଂସ୍ଥାରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏହାପରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଏକ ବୃତ୍ତଚିତ୍ର ମାଧ୍ୟମରେ ଜାତୀୟ ସେବା ସଂସ୍ଥା ର ଇତିହାସ କୁ ଉପସ୍ଥାପନ କରିଥିଲେ ।ସମଗ୍ର କାର୍ଯ୍ୟାଶାଳାକୁ ସଂଯୋଜନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ।ଏଥିରେ ଅଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର, ଶ୍ରୀ ଜିତେନ୍ଦ୍ର ରଥ, ଶ୍ରୀ ଅଶ୍ୱିନୀ ବେହେରା, ଶ୍ରୀ ପ୍ରଭଞ୍ଜନ ବେହେରା ,ମନୋଜ କୁମାର କଂସ ବେହେରା,ଅଧ୍ୟାପିକା ଶ୍ରୀମତୀ ନିର୍ମଳା ହିକ୍କା ନିଜ ନିଜ ମତ ବ୍ୟକ୍ତ କରିଥିଲେ ।ପ୍ରତିଷ୍ଠା ଦିବସ ପାଳନ ର ଦ୍ଵିତୀୟ ପର୍ଯ୍ୟାୟରେ କଲେଜ ପରିସରକୁ ସଫେଇ ଓ ବୃକ୍ଷରୋପଣ ତଥା ରକ୍ଷଣା ବେକ୍ଷଣ କରାଯାଇଥିଲା ।ଆଜିର ଦିବସରେ ଅପରାହ୍ନରେ ନିଜ ନିଜ ଘର ପ୍ରଥମେ ସଫା କରି ପରେ ପରେ ସମାଜ ସେବାକୁ ଆଗେଇନେବାକୁ ଜିଲ୍ଲା ସଂଯୋଜକ ସ୍ବେଚ୍ଛାସେବୀଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟାଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ ।ଏତତ୍ ସହିତ ଜିଲ୍ଲା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର ଙ୍କ ସହାୟତାରେ ଦୁଇଜଣ ସ୍ବେଛାସେବୀ କୁମାରୀ ଶୁଭଲଷ୍ମୀ ଭୂଷଣ ଏବଂ କୁମାରୀ ଶୁଭଶ୍ରୀ ସାବତ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଯୋଗ ଦେବାପାଇଁ ଭୁବନେଶ୍ୱର ଯାଇଛନ୍ତି ।ସମାନ୍ତରାଳ ଭାବେ ଏହି ପ୍ରତିଷ୍ଠା ଦିବସ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ଭୈରବ ମହାବିଦ୍ୟାଳୟ-ଡାବୁଗାଁ,ପେନ୍ଦ୍ରାଣୀ ମହାବିଦ୍ୟାଳୟ -ଉମରକୋଟ ଓ ପାନାବେଡା ମହାବିଦ୍ୟାଳୟ – ଚନ୍ଦହାଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।ସର୍ବୋପରି ନବରଙ୍ଗପୁର ଜିଲ୍ଲା ର ପ୍ରାୟ ଦୁଇ ହଜାର ଛାତ୍ର ଛାତ୍ରୀ ସ୍ବେଚ୍ଛାସେବୀଙ୍କୁ ସମାଜ ସେବା ଦିଗରେ ଆଗେଇ ନେବା ପାଇଁ ଜିଲ୍ଲା ଜାତୀୟ ସେବା ସଂସ୍ଥା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବ୍ୟୁରୋ ତଥା ଓଡିଶା ରାଜ୍ୟ ଶାଖା ର ସହଯୋଗ ଓ ନିର୍ଦ୍ଧେଶ ରେ ସଫଳତା ଆଡକୁ ମାଡି ଚାଲିଛି ବୋଲି ଜିଲ୍ଲା ସଂଯୋଜକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!