ନବରଙ୍ଗପୁର ମହାବିଦ୍ୟାଳୟରେ ଓଡ୍ରାଫ ଟିମ ର କୌଶଳ ପ୍ରଦର୍ଶନ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୧୮।୬:ନବରଙ୍ଗପୁର ମହାବିଦ୍ୟାଳୟ ପରିସର ରେ ଜିଲ୍ଳା ପ୍ରଶାସନ ଅନୁକୂଲ୍ୟ ରେ ଓଡ୍ରାଫ ଟିମ ଦ୍ୱାରା ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କଲେଜ ପରିସର ରେ କୌଶଳ ସମ୍ପର୍କିତ ସମସ୍ତ ଆବଶ୍ୟକୀୟ ସରଞ୍ଜାମ କୁ ସଜାଯାଇଥିଲା । କଲେଜ ଅଧ୍ୟକ୍ଷ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭର ସୂଚନା ଦେବା ପରେ ଟିମ ଅଧିକାରୀ ଗୋଟିଏ ପରେ ଗୋଟିଏ କୌଶଳ ପ୍ରଦର୍ଶନ କରିଥିଲେ । ଏଥିରେ ପ୍ରାୟ 20 ଜଣ ଓଡ୍ରାଫ କର୍ମଚାରୀ ଭାଗ ନେଇଥିଲେ । ବନ୍ୟା ବିପର୍ଯୟ ସମୟରେ କିପରି ଉଦ୍ଧାର କାର୍ଯ୍ୟ ହୁଏ, ରାସ୍ତା ଉପର ଗଛ କିପରି କଟାଯାଇ ସଫା କରାଯାଏ, ନଦୀ ରୁ ବୁଡି ଯାଉଥିବା ଡଙ୍ଗା ରୁ କିପରି ଲୋକଙ୍କୁ ଉଦ୍ଧାର କରାଯାଏ, ଏସବୁ ବିଷୟରେ ବର୍ଣ୍ଣନା କରିବା ସହ କୌଶଳ ଦେଖାଇ ଥିଲେ ।ଘର ଭିତରେ ଗ୍ୟାସ ଚୁଲା ରୁ ନିଆଁ ଲାଗିଗଲେ କଣ କରିବେ ତା ଉପରେ ପ୍ରଦର୍ଶନ ହୋଇଥିଲା । ମୁଖ୍ୟତଃ ଘର ପୋଡି ସମୟରେ ଘର ଉପରେ ଚଢ଼ି କିପରି ଲୋକଙ୍କୁ ଉଦ୍ଧାର କରାଯିବ, ସେଇ କୌଶଳ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରିଥିଲା । ସମାଜ ରେ ଥିବା ବିଭିନ୍ନ ବର୍ଗର ଲୋକମାନେ ଦୁର୍ବିପାକ ସମୟରେ କଣ ସବୁ ସତର୍କତା ଅବଲମ୍ବନ କରିବେ ,ସେଗୁଡିକ ବିଷୟରେ ଆଲୋଚନା କରାଯାଉଥିଲା । ଏତତ୍ ସହିତ ବିଭିନ୍ନ ଅସୁବିଧା ସମୟରେ ସରକାରଙ୍କର ଓଡ୍ରାଫ ଟିମ କେମିତି ଉଦ୍ଧାର କାର୍ଯ୍ୟରେ ସହଯୋଗ କରନ୍ତି, ତାର ନମୂନା ପ୍ରଦର୍ଶନ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସହ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଓଡ୍ରାଫ ଟିମ ର ସମସ୍ତ ସଦସ୍ୟ, ଜିଲ୍ଳା ପ୍ରଶାସନ ତଥା ସରକାରଙ୍କୁ ସାଧୁବାଦ ଦେବା ସହ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଙ୍କର ବିକାଶ ନିମନ୍ତେ ଜିଲ୍ଳା ର ସମସ୍ତ ସଂସ୍ଥା ଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇ କାର୍ଯ୍ୟକ୍ରମ କରିବାକୁ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିଲେ ।

70c4bf51 e95f 41fb 9edb de2272d131a4

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: