ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ମାଲକାନଗିରି ଗସ୍ତ

 

ପୂର୍ବତନ ମାଲକାନଗିରି ବିଧାୟକ ମାନସ କୁମାର ମାଡକାମୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।

ମାଲକାନଗିରି, ୨୧/୫(ଶ୍ରୀନିବାସ ପଣ୍ଡା):– ପୂର୍ବତନ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ମାନସ କୁମାର ମାଡକାମୀଙ୍କ ମା ଉଙ୍ଗି ମାଡକାମୀଙ୍କ ଅକାଳ ବିୟୋଗ ଚଳିତ ମାସ ତେର ତାରିଖରେ ନିଜସ୍ୱ ବାସଭବନ ଚାଲାଣ ଗୁଡା ପଞ୍ଚାୟତର ଡଙ୍ଗସଖାଲ ଠାରେ ହେଇଯାଇଛି। ସ୍ନେହୀ ଏବଂ ପରୋପକାରୀ ମହିଳା ଭାବରେ ଜଣାଶୁଣା ଉଙ୍ଗିଙ୍କୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଅନ୍ତ୍ୟେଷ୍ଟି କ୍ରିୟାରେ ସହଯୋଗ କରିଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କର, ମାନସ ମାଡ଼କାମୀଙ୍କ ପରିବାର ସହ ଦୀର୍ଘବର୍ଷର ସମ୍ପର୍କ ଥାଇ ମଧ୍ୟ ରାଜ୍ୟ ବାହାରେ ଥିବାରୁ ଶେଷକୃତ୍ୟ ସମୟରେ ଅନ୍ତିମ ଦର୍ଶନ କରିପାରିନଥିଲେ। ଆଜି ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ମାନସ ବାବୁଙ୍କ ଶୋକ ସଂତପ୍ତ ପରିବାର କୁ ସାନ୍ତ୍ୱନା ଦେବା ସହ ତାଙ୍କ ମାଙ୍କ ସହିତ ବିତାଇ ଥିବା ମୁହୂର୍ତ୍ତ ମନେ ପକାଇବା, ଏକ ଭାବାବେଗ ପରିବେଶ ସୃଷ୍ଟି ହେଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: