ନବ ନିର୍ବାଚିତ ମେୟର ଏବଂ କର୍ପୋରେଟରଙ୍କୁ ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁର ବିଧାୟକ

ବ୍ରହ୍ମପୁର,୨୭/୦୩(ମନୋଜ କୁମାର ପାତ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ସହ ବ୍ରହ୍ମପୁର ସହର ର ବିକାଶ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେଡ଼ି ମେୟର ଏବଂ କର୍ପୋରେଟରମାନଙ୍କୁ ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ବ୍ରହ୍ମପୁର ନିଗମର ମେୟର ଭାବେ ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥନୀ ଡା. ସବିତା ସୁଆର ପାଣିଗ୍ରାହୀଙ୍କ ଠାରୁ ୨୦,୨୮୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ୬୬,୦୬୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥନୀ ସବିତା ସୁଆର ୪୫,୭୮୨ ଖଣ୍ଡ ଭୋଟ ପାଇଛନ୍ତି।ତେବେ ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ନବନିର୍ବାଚିତ ବିଜେଡ଼ି ମେୟର ଓ କର୍ପୋରେଟର ମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସମସ୍ତେ ଏକତ୍ରିତ ହୋଇ ବିଜେଡି ଦଳକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ ।ବ୍ରହ୍ମପୁର ସହରବାସୀଙ୍କ ଯେଉଁ ଉଦ୍ଦେଶ୍ୟ ନେଇ ଆମକୁ ଭୋଟ ଦେଇ ଜୟଯୁକ୍ତ କରାଇଛନ୍ତି ।ସେହି ଉଦ୍ଧେଶ୍ୟରେ ଆମେ ସେମାନଙ୍କ ସେବା ଓ ଉନ୍ନତି ପାଇଁ ସକଳ୍ପବଧ ହୋଇ କାର୍ଯ୍ୟ କରିବୁ ବୋଲି ନବ ନିର୍ବାଚିତ ବିଜେଡ଼ି ମେୟର ଏବଂ କର୍ପୋରେଟରମାନେ ନିଜ ମତ ଦେଇଛନ୍ତି।ବର୍ତ୍ତମାନ ବ୍ରହ୍ମପୁର ସହର ତଥା ବିଭିନ୍ନ ୱାର୍ଡର ବିକାଶ ନିମନ୍ତେ ସଦାସର୍ବଦା ଲଢେଇ ଜାରି ରଖିବେ ବୋଲି କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: