ନଭେମ୍ବର ୨୯ ପୂର୍ବରୁ ବାଲେଶ୍ଵର ସଦର ଓ ତିର୍ତ୍ତୋଲ୍‌ରେ ହେବ ଉପନିର୍ବାଚନ

ଭୁବନେଶ୍ଵର,୪/୯: ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏକାଠି ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ବିଭିନ୍ନ ରାଜ୍ୟର ମୁଖ୍ୟସଚିବ, ନିର୍ବାଚନ ଅଧିକାରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଅଯିବ ବୋଲି ସୂଚନା ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ଓଡ଼ିଶାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ବାଲେଶ୍ଵର ସଦର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବାଲେଶ୍ଵର ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ବିଷ୍ଣୁଚରଣ ଦାସଙ୍କ ପରଲୋକ ଯୋଗୁ ଏହି ଦୁଇଟି ବିଧାନସଭା ମଣ୍ଡଳୀରେ ବିଧାନସଭା ଆସନ ପଦ ଖାଲିପଡ଼ିଥିଲା। ନଭେମ୍ବର ୨୯ ପୂର୍ବରୁ ବିହାର ନିର୍ବାଚନ ସହ ଅନ୍ୟ ରାଜ୍ୟର ଉପନିର୍ବାଚନ ଶେଷ କରାଯିବା ଜରୁରୀ ବୋଲି ଭାରତୀୟ ନିର୍ବାଚନ କମିଶନ ନିର୍ଦେଶ ଦେବା ସହିତ ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇ ଦିଆଯିବ ପ୍ରକାଶ କରିଛନ୍ତି। ଭାରତୀୟ ନିର୍ବାଚନ କମିଶନ ଏହି ନିର୍ଦେଶନାମା ଜାରି କରିବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ମନୋନୟନ ଓ ବିଜୟୀ ପାଇଁ ରଣକୌଶଳ ଉପରେ ଆଲୋଚନା ଆରମ୍ଭ ହୋଇଛି। ବାଲେଶ୍ଵର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନରେ ବିଜୟୀ ହେବେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ସ୍ଵତନ୍ତ୍ର ରଣନୀତି ଆପଣେଇବ ବୋଲି ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: