ନଳିହାଡ଼ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

କୁକୁଡ଼ାଖଣ୍ଡି,୧୦/୩:ସଦର ଥାନା ଅନ୍ତର୍ଗତ ନଳିହାଡ଼ ଗ୍ରାମରେ ଚିରଞ୍ଜିତ ସଂଗ୍ରାମ ସିଂହ ନାମକ ଜଣେ ବ୍ୟକ୍ତିକୁ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋଇଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂହ ଏବଂ ତାଙ୍କ ଗାଡି ଡ଼୍ରାଇଭର ସଞ୍ଜୟ ପାତ୍ର ଦୁହେଁ ମିଶି ଏକ ଲୁହା ଛଡ଼ରେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ ବୋଲି ଆହତ ଯୁବକଙ୍କ ଶାଶୁ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ତେବେ ଆକ୍ରମଣକାରୀ ଦୁଇ ଜଣ ମଧ୍ୟ ନଳିହାଡ ଗ୍ରାମର ଅଟନ୍ତି।ଏଥି ପୂର୍ବରୁ ବହୁ ଆକ୍ରମଣ ମାମଲାରେ ସଂପୃକ୍ତ ଥିବାନେଇ ଥାନାରେ ଅଭିଯୋଗ ରହିଥିବା ଜଣାପଡିଛି।ତଥାପି ରାଜନୈତିକ ଚାପ ସହ ଅଭିଯୋଗକାରୀଙ୍କୁ ଡରେଇ ଧମକେଇ ବିଭିନ୍ନ ସମୟରେ ସେ ଆଇନକୁ ଫାଙ୍କି ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି।ବର୍ତମାନ ଅଭିଯୁକ୍ତ ସନାତନ ସଂଗ୍ରାମ ସିଂ କିଛି ଦିନର ବ୍ୟବଧାନ ପରେ ପୁଣି ସେହି ଅଞ୍ଚଳରେ ଆତଙ୍କରାଜ ଆରମ୍ଭ କରି ଦେଇଥିବା ନେଇ ଅଭିଯୋଗ ହୋଇଛି।ତେବେ ଗତ ସୋମବାର ଅପରାହ୍ନ ୪ଟା ବେଳେ ସେହି ଗ୍ରାମ ଗଡସାହିର ଚିରଞ୍ଜିତ ସଂଗ୍ରାମ ସିଂ ବାଇକରେ ଫେରୁଥିବା ବେଳେ ନିଜ ଘର ଆଗରେ ସନାତନ ଏବଂ ତା’ର ସହଯୋଗୀ ସଞ୍ଜୟ ପାତ୍ର ଲୁହାଛଡ଼ ରେ ମରଣାନ୍ତକ ଆକ୍ରମଣ କରିବାରୁ ଚିରଞ୍ଜିତଙ୍କ ବାମ ଗୋଡ଼ର ହାଡଭାଙ୍ଗି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ସେ ବଞ୍ଚିଯାଇଥିବା ଥାନାରେ ଅଭିଯୋଗ ହୋଇଛି।ବର୍ତ୍ତମାନ ସେ ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।ତେବେ ଏହି ଘଟଣାକୁ ନେଇ ନଳିହାଡ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି। ସଦର ଥାନାରେ ସନାତନ ଏବଂ ତା’ର ସହଯୋଗୀ ସଞ୍ଜୟ ନାମରେ ଏତଲା ଦିଆଯିବା ପରେ ସଦରଥାନା କେଶ୍ ନମ୍ବର-୬୧/୨୧ ଧାରା ୩୦୭,୩୭୯, ୩୪୧,୩୨୩,୩୨୫,୩୪ ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗତ ମଙ୍ଗଳବାର ଗିରଫ କରି ତଦନ୍ତ ଜାରି ରହିଥିଲା।ତେବେ ଏହି ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ବ୍ରହ୍ମପୁର ଏସପି ପିନାକ୍ ମିଶ୍ର ସଦର ଥାନାରେ ପହଞ୍ଚି ସନାତନକୁ ତାଗିତ କରିଥିଲେ।ପରେ ଉଭୟ ଦୋଷୀଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: