ନୂଆଦିଲ୍ଲୀ,୨୬।୧ :ନାଇଜେରିଆରେ ବୋମା ବିସ୍ପୋରଣ|ନାଇଜେରିଆରେ ବୋମା ବିସ୍ପୋରଣରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହା ସହିତ ଏକାଧିକ ଲୋକ ଆହତ ହୋଇଥିବା ଖବର ମିଳିଛି । ଆହତ ହୋଇଥିବା ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ କେନ୍ଦ୍ରୀୟ ନାଇଜେରିଆର ନାସାରାୱ ଏବଂ ବେନ୍ୟୁ ରାଜ୍ୟର ସୀମାରେ ଥିବା ରୁକୁବି ଗାଁରେ ହେଇଥିବା ଜଣାପଡ଼ିଛି ।ସୂଚନାମିଳିବା ପରେ ନାସାରାୱ ପୋଲିସ୍ ଅପରାଧରମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶକ୍ରମେ ପେ।ଲିସର ମୁଖ୍ୟ ରାମହାନ ନାନସେଲ ତଦନ୍ତ ଚଳାଇଛି ଥିବା ପ୍ରକାଶ କରିଛନ୍ତି ।ସୂଚନା ଅନୁଯାୟୀ, ଡ଼ୋମା ସରକାରୀ ଅଞ୍ଚଳରେ ବୋମା ବିସ୍ପୋରଣ ହେବା ଫଳରେ ୨୭ ଜଣ ପଶୁପାଳଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣର ସଂପୃକ୍ତ କାରଣ ଜାଣିବା ପାଇଁ ଉଭୟ ପୋଲିସ ଏବଂ ସୁରକ୍ଷା କର୍ମୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଘଟାଇଥିବା ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ବୋଲି ନାସାରୱା ରାଜ୍ୟପାଳ ଅବଦୁଲ୍ଲା ସୁଲେ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |