ନାଇଜେରିଆର ତୈଳ ବିଶୋଧନ ଡିପୋରେ ବିସ୍ଫୋରଣ

ଅବୁଜା,୨୪/୦୪: ନାଇଜେରିଆର ରିଭର୍ସ ଷ୍ଟେଟରେ   ବେଆଇନ ତୈଳ ବିଶୋଧନ ଡିପୋରେ ବିସ୍ଫୋରଣ ଘଟିଛି । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।ପେଟ୍ରୋଲିୟମ ରିସୋର୍ସ କମିଶନର ଗୁଡଲକ ଓପିଆଙ୍କ ସୂଚନା ଅନୁଯାୟୀ ଲୋକମାନେ ଏଭଳି ଭାବେ ଜଳିଯାଇଛନ୍ତି ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି । ସେହିଭଳି ଏଠାରୁ ତେଲ ନେବାକୁ ଆସିଥିବା ଅନେକ ଯାନବାହନ ପୋଡି ନଷ୍ଟ ହୋଇଯାଇଛି । ପ୍ରଥମେ ଗୋଟିଏ ଡିପୋରେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟ ଏକ ଡିପୋକୁ ବ୍ୟାପି ଯାଇଥିଲା । ତେବେ ନିଆଁ କିଭଳି ଲାଗିଲା ତାହା ଜଣାପଡିନାହିଁ ।ନାଇଜେରିଆରେ ଆଫ୍ରିକା ମହାଦେଶର ସବୁଠାରୁ ଅଧିକ ତୈଳ ଉତ୍ପାଦନ ହେଉଛି । କିନ୍ତୁ ବେକାର ସମସ୍ୟା ଯୋଗୁ ଏଠାକାର ଲୋକମାନେ ବଡବଡ କମ୍ପାନିର ପାଇପ ଲାଇନରୁ ଅଶୋଧିତ ତେଲ ଚୋରି କରୁଛନ୍ତି ଏବଂ ତାକୁ ବେଆଇନ ଭାବେ ବିଶୋଧନ କରୁଛନ୍ତି । ଯାହାକି ବେଳେବେଳେ ଏଭଳି ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: