ଅଗରତାଲା,୨।୩: ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ବିଧାନସଭାରେ ମୋଟ ୬୦ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର । ବିଜେପି ମେଣ୍ଟ ୩୭ଟି ଆସନରେ ବିଜୟ ହାସଲ କରି ସରକାର ଗଢିବା ନିଶ୍ଚିତ କରିଛି । ରାଜ୍ୟରେ ଏନପିପି ୪ଟି ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରି ନାହିଁ । ତେବେ ଏହି ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ, ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, ଚିରାଗ ପାସୱାନଙ୍କ ଏଲଜେପି (ରାମ ବିଲାସ) ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଛନ୍ତି। ତ୍ରିପୁରାରେ ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ଯ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍ପି ୧୨ଟି ଆସନରେ ଆଗୁଆ ଅଛି। ମୁଖ୍ୟମନ୍ତ୍ରୀ ମାଣିକ ଶାହା ନିଜ ଆସନରୁ ବିଜୟ ହାସଲ କରିଛନ୍ତି। ବିଜୟ ପ୍ରମାଣପତ୍ର ପାଇବା ପରେ ତ୍ରିପୁରା ଶାହା କହିଛନ୍ତି, ଜିତିବା ପରେ ଏହି ସାର୍ଟିଫିକେଟ ପାଇବା ଅତ୍ୟନ୍ତ ଅନୁଭବ ଅଟେ। ମୁଁ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଭାଜପା ରାଷ୍ଟ୍ରୀୟ ସଭାପତି ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି। ସେହିପରି ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ନେତା ନେଇଫିଉ ରିଓ ଜିତିଛନ୍ତି। ସେ ନାଗାଲାଣ୍ଡ ବିଧାନସଭା ନିର୍ବାାଚନରେ ନର୍ଦ୍ଦନ ଅଜ୍ଞାମି-୨ ଆସନରୁ ବିଜୟ ହାସଲ କରିଛନ୍ତି।ନାଗାଲାଣ୍ଡରେ ସୃଷ୍ଟି ହୋଇଥିବା ଇତିହାସ, ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ନିର୍ବାଚନରେ ଜିତିଛନ୍ତି। ଦିମାପୁର ତୃତୀୟ ବିଧାନସଭାରୁ ମହିଳା ପ୍ରାର୍ଥୀ ହେକାନି ଜଖାଲୁ ଜିତିଛନ୍ତି। ହେକାନିଙ୍କୁ ଏନଡିପିପି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା। ସେ ୧୫୩୬ ଭୋଟରେ ଏଲଜେପି(ରାମ ଭିଲାସ) ର ପ୍ରାର୍ଥୀ ଅଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନରେ କେବଳ ଚାରିଜଣ ମହିଳା ପ୍ରାର୍ଥୀ ଟିକେଟ ପାଇଥିଲେ। ହେକାନି ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ନିର୍ବାଚନ ସମୟରେ ହେକାନି ପାଇଁ ପ୍ରଚାର କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ସହ ପହଞ୍ଚିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |