ନାସପାତି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ

ଭୁବନେଶ୍ୱର ୧୭/୧୧: ମୌସୁମୀ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ନାସପାତି ମଧ୍ୟ ଏକ ଋତୁକାଳୀନ ଫଳ। ଏହାକୁ ପିୟର୍ସ ମଧ୍ୟ କୁହାଯାଏ। ନାସପାତି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି-କମ୍ପ୍ଲେକ୍ସ, କେ, ମିନେରାଲ୍ସ, ପୋଟାସିୟମ୍, ଫୋଲେଟ୍, ଫାଇବର, କପର, ମାଙ୍ଗାନିଜ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି। ନାସପାତିରେ କ୍ୟାଲୋରୀ ପରିମାଣ ବହୁତ କମ୍, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ହଜମ ଶକ୍ତି ବଢ଼ାଇଥାଏ। ନାସପାତିରେ ଆଉ କଣ କଣ ଲାଭ ଅଛି ଆସନ୍ତୁ ଜାଣିବା….

ପ୍ରତିରୋଧକ ଶକ୍ତି ବଢାଏ – ନାସପାତିରେ ଭିଟାମିନ୍ ସି ଏବଂ ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

ହାଡ ମଜବୁତ କରେ – ନାସପାତି କ୍ୟାଲସିୟମର ଏକ ଉତ୍ତମ ଉତ୍ସ। ହାଡକୁ ଶକ୍ତିଶାଳୀ କରିବାରେ କ୍ୟାଲସିୟମ ସାହାଯ୍ୟ କରେ। ହାଡର ଦୁର୍ବଳତାକୁ ରୋକିବା ପାଇଁ ନାସପାତି ଖାଇବା ଉଚିତ୍।

ଆୟରନ – ନାସପାତିରେ ବହୁ ପରିମାଣରେ ଆଇରନ୍ ରହିଛି। ଯେଉଁମାନଙ୍କର ହେମୋଗ୍ଲୋବିନ ମାତ୍ରା କମ୍ ସେମାନେ ନାସପାତି ଖାଇବା ଉଚିତ୍। ଏହା ରକ୍ତହୀନତାର ଅଭାବ ପୂରଣ କରିବାରେ ସାହାଯ୍ୟ କରିଥାଏ।

ପାଚନ ତନ୍ତ୍ର – ନାସପାତି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ। ଯେଉଁମାନଙ୍କର ପାଚନ ସମସ୍ୟା ରହିଛି ସେମାନେ ନାସପାତି ଖାଇବା ଉଚିତ। ଏହା ହିତକର ହୋଇଥାଏ।

ଥକାପଣ – ଥକ୍କାପଣ, ଶରୀରରେ ଦୁର୍ବଳତା ଅନୁଭବ କରୁଥିବା ବ୍ୟକ୍ତି ନାସପାତି ଖାଇବା ଉଚିତ୍। ନାସପାତିରୁ ମିଳୁଥିବା ପୁଷ୍ଟିକର ଶକ୍ତି ବୃଦ୍ଧିରେ ସହାୟକ ହୁଏ। ଏହା ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଓଜନ ହ୍ରାସ – ନାସପାତି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ନାସପାତିରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ରହିଥାଏ। ସେଥିପାଇଁ ନିଜ ଆହାରରେ ନାସପାତି ନିଶ୍ଚୟ ସାମିଲ କରନ୍ତୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: