ନିଆଁରେ ପୋଡି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ,୯।୧୧ : ନିଆଁରେ ପୋଡି ହୋଇ OSAPର ୩ ଯବାନ ଗୁରୁତର । ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିୟନର ବୋଲି ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ପଞ୍ଚମ ବାଟାଲିୟନର ପୋଲିସ କର୍ମଚାରୀ ଡ୍ୟୁଟିରେ ମୁତୟନ ହୋଇଛନ୍ତି । ଡ୍ୟୁଟି ପରେ ଥାନା ପରିସରରେ ଥିବା ଷ୍ଟୋର ରୁମ୍ ନିକଟରେ ଶୋଇଥିଲେ । ଶୋଇବା ବେଳେ ମଶା ଧୁପ ଲଗାଇଥିଲେ । ହଠାତ୍ ମଶା ଧୂପରୁ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୩ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ କରାଯାଉଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: