ନିଖିଳ ଉତ୍କଳ ଲିଆରି,ନିଆରି, ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା

 ବ୍ରହ୍ମପୁର(ମନୋଜ କୁମାର ପାତ୍ର), ୨୮/୦୩:ବ୍ରହ୍ମପୁର ଉପକଣ୍ଠ କରାପଲ୍ଲୀ ସ୍ଥିତ ଲିଆରୀ ମଣ୍ଡପ ଠାରେ ଆଜି ମହୁରୀ ତାଲୁକା ସଭାପତି ପ୍ରଫୁଲ୍ଲ କୁମାର ବେହେରା ଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଧରାକୋଟ ତାଲୁକା ର ସଭାପତି କାଳୁ ବେହେରା ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ତାଲୁକାର ସମ୍ପାଦକ ବାବୁଲି ବେହେରା,ତାଲୁକା ଉପ ସଭାପତି ଦିଲୀପ କୁମାର ବେହେରା,ସମ୍ପାଦକ ଶଙ୍କର ବେହେରା,ସହ ସମ୍ପାଦକ ଭିକାରୀ ବେହେରା,କୋଷାଧ୍ୟକ୍ଷ ଶିଶିର ବେହେରା, ଉପଦେଷ୍ଟl ଭାସ୍କର ବେହେରା,ଦୀନବନ୍ଧୁ ବେହେରା,ଗୋପାଳପୁରର ପୂର୍ବତନ କାଉନସିଲର ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ରାଇକିଆ ଘୁମୁସର ତlଲୁକା ର ସଭାପତି ସ୍ବର୍ଗତ କୃଷ୍ଣ ବେହେରା, ମହୁରୀ ତାଲୁକାର ସମାଜସେବୀ ସ୍ବର୍ଗତ ପିତାମ୍ବର ବେହେରାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ତlଲୁକାର ସଭ୍ୟା ଗୋପାଳପୁର ଏନ୍ ଏ ସି ରେ ନବ ନିର୍ବାଚିତ କାଉନସିଲର ଶ୍ରୀମତୀ କଳ୍ପନା ବେହେରାଙ୍କୁ ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ପରେ ତାଲୁକା ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: