କଟକ ,୨୫/୦୯ : ମୁଣ୍ଡଳିରେ ଗଜରାଜ ଉଦ୍ଧାର ବେଳେ ବୋଟ୍ ଓଲଟିବା ଦୁର୍ଘଟଣା ପରେ ନିଖୋଜ ଥିବା ଓଡ୍ରାଫ ବୁଡ଼ାଳି ଯବାନ ସୀତାରାମ ମର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି । ବୋଟ ବୁଡ଼ିବା ପରଠାରୁ ସୀତାରାମଙ୍କ ନିଖୋଜ ହୋଇଥିଲେ । ସୀତାରାମଙ୍କ ମୃତଦେହ ଉଦ୍ଧାର ହୋଇଥିବା ଏନେଇ ଏସଆରସି ପ୍ରଦୀପ ଜେନା ଟ୍ୱିଟ କରି ସୂଚନା ଦେଇଛନ୍ତି । ଧବଳଶ୍ୱେର ନିକଟରେ ନଦୀରୁ ଉଦ୍ଧାର ନେଇ ଏସଆରସି କହିଛନ୍ତି । ତେବେ କାଲି ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୀତାରାମ ନିଖୋଜ ଥିଲେ । ଅନ୍ୟପଟେ ମହାନଦୀର ମୁଣ୍ଡଳିରେ ଫସିଥିବା ଦନ୍ତାହାତୀ ଭାସିଯାଇଥିବା ସୂଚନା ମିଳିଛି । ନଦୀ ପାର ହେବା ବେଳେ ମୁଣ୍ଡଳୀ ସେତୁରେ ଫସିଥିଲା ଏହି ଦନ୍ତାହାତୀ । ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗତକାଲି ଓଲଟିପଡ଼ିଥିଲା ଓଡ଼୍ରାଫ୍ ଟିମ୍ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |