ମୁନିଗୁଡା,୧୦/୧୧ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡ଼ା ଓ କଳାହାଣ୍ଡି ସିମାନ୍ତ ମୁନିଗୁଡା ରେଞ୍ଜ ଅଧିନସ୍ଥ ରଘୁବାରି, ଡିମିରିଗୁଡା ଓ ଇଚ୍ଛାପୁର ପଞ୍ଚାୟତ ରେ ଏକ ହାତୀ ପଲ ପ୍ରାୟ ମାସେ ହେବ ଆତଙ୍କ ସୃଷ୍ଟି କରୁଥିବା ବେଳେ ଗତରାତିରେ ଏହି ହାତୀ ପଲ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗିସୁର ଗାଁର ସାସେ ମାଝୀ, ପଟ ମାଝୀ ଓ ରାଓ ମାଝୀ ତିନି ଜଣଙ୍କ ୩ଟି ଘରକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି ଏବଂ ଘରେ ଥିବା ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ସହ କିଛି ଫସଲ ମଧ୍ୟ ନଷ୍ଟ କରିଥିବା ଜଣା ପଡିଛି l ଅନ୍ୟପଟେ ହାତୀ ପଲଙ୍କୁ ଦେଖି ରାତି ଅଧରେ ଲୋକେ ନିକଟସ୍ଥ ଜଙ୍ଗଲ ରେ ଆଶ୍ରୟ ନେଇ ଆଜି ସକାଳୁ ପ୍ରାଣ ଭୟରେ ଗାଁ ଛାଡି ନିକଟ ବାମନଦେଓ ଗାଁ ରେ ଆଶ୍ରୟ ନେଇଛନ୍ତି । ଏହି ହାତୀ ପଲ ରେ ୧୦ରୁ ୧୨ଟି ହାତୀ ଥିବାବେଳେ ସେଥି ମଧ୍ୟରୁ ଦୁଇଟି ଦନ୍ତା ଥିବା ଜଣା ପଡିଛି । ଖବରପାଇ ଅମ୍ବାଦଳା ଫୋରେଷ୍ଟର ଚନ୍ଦ୍ରଶେଖର ସାହୁ, ଫୋରେଷ୍ଟ ଗାର୍ଡ ପ୍ରଳୟ ଦଣ୍ଡସେନା, ରାମ ସାମଲ ସହ ଏଲିଫେଣ୍ଟ ସ୍ୱାର୍ଡ ଓ ବନ ବିଭାଗ କର୍ମଚାରୀ ମାନେ ଗାଁରେ ପହଞ୍ଚି ହାତୀ ଘୋଡେ଼ଇବା ବ୍ୟବସ୍ଥା କରିବା ସହ କିପରି ହାତୀର ସୁରକ୍ଷା କରାଯାଇପାରିବ ଏବଂ ଲୋକଙ୍କୁ ମଧ୍ୟ ସୁରକ୍ଷା ଦିଆଯିବ ସେନେଇ ପ୍ରସ୍ତୁତି କରିଥିଲେ ପରେ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିବା ସହ ଘର ଭାଙ୍ଗିଥିବା ତିନୋଟି ପରିବାରକୁ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ଶୀଘ୍ର ଏହି ହାତୀ ପୋଲକୁ ଅଞ୍ଚଳରୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |