ନିଟ ପରୀକ୍ଷା ପାଇଁ ୩ଟି ସ୍ଵତନ୍ତ୍ର ବସକୁ ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ରାୟଗଡା,୧୧/୯(ମନୋଜ ପାତ୍ର): ସର୍ବଭାରତୀୟ ନିଟ ମୁଖ୍ୟ ପରୀକ୍ଷା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେଉଥିବାରୁ ରାୟଗଡା ଜିଲ୍ଲାରୁ ୬୨ଜଣ ପରୀକ୍ଷାର୍ଥୀଙ୍କୁ ଗଞ୍ଜାମ ଓ ଭୁବନେଶ୍ୱରକୁ ପଠାଇଲା ରାୟଗଡା ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩ଟି ସ୍ଵତନ୍ତ୍ର ବସ ଯୋଗେ ଜିଲ୍ଲା ଶିଳ୍ପ ପଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ୬୨ଜଣ ପରୀକ୍ଷାର୍ଥୀଙ୍କ ସହିତ ୨୬ ଅଭିଭାବକଙ୍କୁ ପଠାଯାଇଛି। ଏହି ୬୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭ଜଣ ବ୍ରହ୍ମପୁର ଠାରେ ପରୀକ୍ଷା ଦେବେ ଓ ବାକି ୪୫ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେବେ। ଆଜି ଅତିରିକ୍ତଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ପତାକା ଦେଖାଇ ବସ ଯାତ୍ରାକୁ ଶୁଭାରମ୍ଭ କରିଥିଲେ ଓ ସେମାନଙ୍କ ସୁରୁଖୁରୁରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ସହିତ ଭଲଭ।ବରେ ପରୀକ୍ଷା ଆସିବାକୁ ପରୀକ୍ଷାର୍ଥୀ ମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଆଇଟିଆଇ ଅଧ୍ୟକ୍ଷ ଶ୍ରୀ ଅତୂଲ୍ୟ କୁମାର ପଣ୍ଡା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

IMG 20200911 WA0031

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!