ବ୍ରହ୍ମପୁର ,୯ା୧: ବ୍ରହ୍ମପୁର ସଦର ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ ଘୋଷଣା କରିଥିଲେ। ଆଜି ଅପରାହ୍ନ ସାଢ଼େ ୪ଟାରେ ନିମଖଣ୍ଡି ଥାନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କରିବା ନେଇ ନିର୍ଦ୍ଦେଶନାମା ମିଳିଛି। ଉକ୍ତ ଥାନା ଉଦ୍ଘାଟନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ୍ ଆଇଜି ସତ୍ୟବ୍ରତ ଭୋଇ, ଏସ୍ପି ଡା. ଶ୍ରବଣା ବିବେକ ଏମ୍., ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳାଇ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି। ଅନ୍ୟପଟେ ସୋମବାର ଉକ୍ତ ଥାନା ଖାଜାସାହି ନିକଟରେ ଥିବା ପୁରୁଣା ମହିଳା ଥାନାରେ ପ୍ରଥମେ କାର୍ଯ୍ୟକ୍ଷମ ହେବ ବୋଲି ବହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିମଖଣ୍ଡି ଥାନା ଉଦ୍ଘାଟନ କରିବା ପରେ ଉକ୍ତ ଥାନାର ଅଧିକାରୀ ଭାବେ ଇନ୍ସପେକ୍ଟର ଭାବନାନନ୍ଦ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ଉକ୍ତ ନୂତନ ଥାନାରେ ଦୁଇଜଣ ଏସ୍ଆଇ ଓ ୨ଜଣ ଏଏସ୍ଆଇ ଓ ୮ କନଷ୍ଟେବଲଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |