ନିମାପଡ଼ା – ଗୋପ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର-୨୦୨୧

 ପୁରୀ,୪/୩;କୋଣାର୍କ (ଚନ୍ଦ୍ରଭାଗା) ଠାରେ ଆୟୋଜିତ ନିମାପଡ଼ା – ଗୋପ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର-୨୦୨୧ ର ଦିତୀୟ ଦିନର ପ୍ରଥମ ଅଧିବେଶନରେ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଛନ୍ତି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା । ଶ୍ରୀ ଦାସବର୍ମା ତାଙ୍କ ଅଭିଭାଷଣରେ କହିଛନ୍ତି ଦଳକୁ ସୁ ସଙ୍ଗଠୀତ କରି ତୃଣମୂଳ ସ୍ତରରେ ସୃଦୃଢ଼ କରିବା ପାଇଁ ଯୁବକ ଓ ଛାତ୍ର ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚେଇବା ସହିତ ସୋସିଆଲ ମିଡ଼ିଆର ଉଚିତ୍ ବ୍ୟବହାର କରି ଦଳ ବିରୋଧରେ ହେଉଥିବା ଅପପ୍ରଚାରର କଡ଼ା ଜବାବ ଦେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମିର ରଞ୍ଜନ ଦାସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: