ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ପ୍ରତାପ କୁମାର ସାହୁ

ବ୍ରହ୍ମପୁର,୧୩/୭(ମନୋଜ କୁମାର ପାତ୍ର);ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ସେବା ସମବାୟ ସମିତିର ସଭାପତି ରୁପେ ବରିଷ୍ଠ ସମବାୟବିତ ଶ୍ରୀ ପ୍ରତାପ କୁମାର ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ଏକ ମାତ୍ର ପ୍ରାର୍ଥୀ ରୂପେ ଶ୍ରୀ ସାହୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀ ପତ୍ର ଦାଖଲ ନକରିବା ଫଳରେ ନିର୍ବାଚନ ଅଧିକାରୀ ଶ୍ରୀ ସାହୁଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ ।ସମବାୟ ମାଧ୍ୟମରେ କୃଷିର ଉନ୍ନତି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀ ସମାଜ ନିକଟରେ ପହଁଚିବା ଦିଗରେ ଦୃଷ୍ଟି ଦେବେ ବୋଲି ନୂତନ ସଭାପତି ଶ୍ରୀ ସାହୁ କହିଛନ୍ତି ।ଆଜିର ଏହି ସମବାୟ ନିର୍ବାଚନରେ ଗୋକର୍ଣ୍ଣପୁର ସମବାୟ ସମିତିର ଡାଇରେକ୍ଟର ଭାବରେ ଶ୍ରୀ ଧୀରେନ୍ଦ୍ର ଦୋରା,ବି.ରୋହିତେଶ୍ୱର, ଏନ ବାଲାଜି ରେଡି,ଏଚ.ସୁଦାମ ରେଡି,ସନ୍ଧ୍ୟାରାଣୀ ଦାସ,ଜି.ହରପ୍ରିୟା,ପି. ଅଭି,ବି.ଶତ୍ରୁଘନ, ନୀଳ ମାଧବ ପଟନାୟକ,ଡି.ସୀମାଞ୍ଚଳ,ବି. ଧନୁ,ଜି.ଲକ୍ଷ୍ମୀ,ବିପ୍ରଚରଣ ଦାସ ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଏମ୍. ଅନୁସେୟା ରେଡି,ବିଜେଡି ଜିଲ୍ଲା ଉପସଭାପତି ଏମ୍. ନିରଞ୍ଜନ ରେଡି,ଛାତ୍ର ସଂଘଠକ ଗେଣେଶ ରେଡିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: