କୋଲକାତା ୧୦/୦୩: ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହାକୁ ବିଜେପିର ଚକ୍ରାନ୍ତ ବୋଲି କହିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଦିଦି। ନାମାନଙ୍କନ ଦାଖଲ କରିବା ପରେ ସେ ଲଗାତାର ମନ୍ଦିର ଯିବା ସହ ଲୋକଙ୍କ ସହ ମିଶୁଛନ୍ତି । ଏହି ସମୟରେ ଭିଡ଼ ଭିତରେ ତାଙ୍କ ପାଦରେ ଆଘାତ ଲାଗିଛି । କିନ୍ତୁ ଏହାକୁ ନେଇ ମମତା ଅଭିଯୋଗ କରିଛନ୍ତି, ‘ ମୋ ପାଦ ଉପରେ ଗାଡ଼ି ଚଢ଼ାଇଦେଲେ । ମୋତେ ଆଘାତ ଲାଗିଛି। ମୁଁ ଏବେ କୋଲକାତା ଯାଉଛି। ଡାକ୍ତରଙ୍କୁ ଦେଖାଇବି।’ ସେପଟେ ଟିଏମସି ପକ୍ଷରୁ ଏହାକୁ ଏକ ଆକ୍ରମଣ ବୋଲି କହିବା ସହ ୪-୫ ଜଣ ଏମିତି କରିଥିବା କହିଛି। ପାର୍ଟି ପକ୍ଷରୁ ଏନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |