ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା,୧୬ା୬ : କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶାର ଦୁଇଟି କ୍ଷେତ୍ର ଗୋଟିଏ ଶ୍ରୀକ୍ଷେତ୍ର ତଥା ଶ୍ରୀ ଶ୍ରୀ ଜଗନ୍ନାଥଧାମ, ପୁରୀ ଓ ଅନ୍ୟଟି ତୁଳସୀ କ୍ଷେତ୍ର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବିଜେସ୍ଥଳି କେନ୍ଦ୍ରାପଡା । ପୁରୀ ଶ୍ରୀକ୍ଷେତ୍ରର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଏବଂ ବଡଭାଇ କେନ୍ଦ୍ରାପଡାର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ । ପୁରୀରେ ସାନଭାଇ ଜଗନ୍ନାଥଙ୍କ ରଥ ଗଡିବ କିନ୍ତୁ କେନ୍ଦ୍ରାପଡାରେ ବଡଭାଇ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ଗଡିବ ନାହିଁ । ଏହି ଘଟଣା ଆମ ରାଜ୍ୟ, ଦେଶ ଓ ଦେଶ ବାହାରେ ଥିବା କୋଟି କୋଟି ଜଗନ୍ନାଥ ଓ ବଳଦେବପ୍ରେମୀଙ୍କ ହୃଦୟକୁ ଘୋର ଆଘାତ ଦେବ । ଏଣୁ ଜଣେ ଓଡିଆ ଭାବରେ କୋଟି କୋଟି ଓଡିଆଙ୍କ ଭାବାବେଗକୁ ବିଚାର ପୂର୍ବକ ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ବଡଭାଇ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଚଳାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ, ମନୋଜ କୁମାର ପରିଡା, ନିତ୍ୟାନନ୍ଦ ସାମଲ, ପ୍ରସିପ୍ତା କୁମାର ସାମଲ, ଅମର କୁମାର ସାହୁ, କାର୍ତ୍ତିକ ବେହେରା, ଭଗବାନ ସେଠୀ ପ୍ରମୁଖ ନିବେଦନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!