ନିଳାଞ୍ଚଳ ନଗର ଜୁଆ ଆଡ୍ଡା ଚଢ଼ାଉ:୮ଗିରଫ,୪୭ ହଜାର ଟଙ୍କା ଜବତ

ବ୍ରହ୍ମପୁର-୧୩/୦୬(ମନୋଜ କୁମାର ପାତ୍ର):ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ନିଳାଞ୍ଚଳ ନଗର ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୮ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ପ୍ରାୟ ୪୭ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ସଦର ଥାନା ଅନ୍ତର୍ଗତ ନିଳାଞ୍ଚଳ ନଗର ପଞ୍ଚମ ଲାଇନର ଅତିରିକ୍ତ ଗଳିରେ ରହୁଥିବା ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ସାନ୍ନାରେ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ।ଏହି ଖବର ଜାଣିବା ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସନ୍ଧ୍ୟା ସମୟରେ ସଦର ଥାନା ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ପୋଲିସ ଟିମର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉରେ ୮ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୬ହଜାର ୫ଶହ ଟଙ୍କା,୧୦ଟି ମୋବାଇଲ,୬ଟି ମୋଟର ସାଇକେଲ ଏବଂ ୨ ପ୍ୟାକେଟ ତାସ୍ କାଟା ଜବତ କରାଯାଇଛି।ଗିରଫ ହୋଇଥିବା ଜୁଆଡିଙ୍କ ବିରୋଧରେ ସଦର ଥାନା ପୋଲିସ ପକ୍ଷରୁ ୧୮୭/୨୧ ରେ ଏକ ମାମଲା ରୁଜୁ କରାଯାଇ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି।ଏହି ଚଢ଼ାଉରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରାଙ୍କ ସମେତ ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍ ଓ ସଦର ପୋଲିସ ଟିମ୍ ସାମିଲ ଥିବା ସୂଚନା ମିଳିଛି।

WhatsApp Image 2021 06 13 at 8.06.15 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: