ନିଶାସକ୍ତ ଶିକ୍ଷକଙ୍କ ଭିଡିଓ ଭାଇରାଲ, ଧାରଣାରେ ବସିଲେ ଅବିଭାବକ

ବାଲେଶ୍ୱର,୪।୧୧:ନିଶାସକ୍ତ ଶିକ୍ଷକଙ୍କ ଭିଡିଓ ଭାଇରାଲ, ଧାରଣାରେ ବସିଲେ ଅବିଭାବକ | ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧିନ ମଇତାପୁର ଭାରତ ସେବାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ  ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ପଢ଼ାଇବାକୁ ଆସୁଥିବା ଅଭିଯୋଗ ହୋଇଛି। ଏହାସହ ସେ ନିଶା ସେବନକରି ରାସ୍ତା ଘାଟରେ ପଡୁଥିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲ ଗେଟ ସମ୍ମୁଖରେ ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଧାରଣା ଦେଇଛନ୍ତି।  ବିଦ୍ୟାଳୟର ଉକ୍ତ ଶିକ୍ଷକ ଦୁଇଦିନ ତଳେ ସ୍କୁଲ କାର୍ଯ୍ୟ ସମୟରେ ସ୍କୁଲ ଡ୍ରେସରେ ଥାଇ ଏକ ଢାବାରେ ମଦପିଇ ନିଶାସକ୍ତ ଅବସ୍ଥାରେ ବାନ୍ତି କରିବା ସହିତ ତଳେ ଗଡୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଶିକ୍ଷକଙ୍କ ଏହି ଭାଇରାଲ ଭିଡିଓ ଦେଖି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅବିଭାବକ ଏବଂ ଅଞ୍ଚଳବାସୀମାନେ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିଲେ। ଉକ୍ତ ଶିକ୍ଷକ ଜଣକ ପୂର୍ବରୁ ବହୁବାର ନିଶାସକ୍ତ ଅବସ୍ଥାରେ ସ୍କୁଲକୁ ଆସୁଥିବାର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: