ନିୟମଗିରିରେ ଡଙ୍ଗରିଆ ଶିଶୁଙ୍କୁ ପୋଲିଅ ବୁନ୍ଦା ଦେଲେ ସ୍ୱାସ୍ଥ୍ୟ କର୍ମୀ

ମୁନିଗୁଡା,୩୧/୧(ନନ୍ଦ କିଶୋର ପଟ୍ଟନାୟକ):ଜାତୀୟ ଟୀକାକରଣ ଦିବସ ଅବସରରେ ଜିଲ୍ଲା ସମେତ ସମସ୍ତ CHC,PHC, ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପଲସ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୋଲିଓ ମୁକ୍ତ ସମାଜ ଗଠନ ନେଇ 5ବର୍ଷରୁ କମ ଶିଶୁଙ୍କୁ ଆଜି ପୋଲିଓ ବୁନ୍ଦା ଖୁଆଯାଉଛି।ଏହି ଅବସରରେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାଦ ଦେଶରେ ଅବସ୍ଥିତ ଅପହଞ୍ଚ ତଥା ପଛୁଆ ଗ୍ରାମ ସଲପଝଲା, ଗୁଞ୍ଜାପାଇ, ଗାଇଲୁଙ୍ଗା, ସର୍ଗିପାଇ, ଗୋଲଗଲା, ଓଡ଼ପଙ୍ଗା, ଗୋଲଗଲା, କାଟଗଡା, ସକଟା ସହ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ପାଞ୍ଚ ବର୍ଷ ମଧ୍ୟରେ ଥିବା ଶିଶୁ ବୁଥରେ ନପହଁଞ୍ଚି ପାରୁଥିବା ଶିଶୁ ମାନଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ରଞ୍ଜନ ପଣ୍ଡା, ଅଙ୍ଗନବାଡି କର୍ମୀ ଦମେଇନ୍ତି ମାଣ୍ଡାଙ୍ଗି,ଦଜ୍ଞାନ ଦେଇ, ପରମେଶ୍ୱରୀ ବାଗ,ଏବଂ ଆଶା ଦିଦି ଅବା ପୁସିକା, ସୁକାନ୍ତି କୁସୁଲିଆ ପ୍ରମୁଖଙ୍କ ସମେତ ଅନ୍ୟ ଆଶା ଦିଦି ମାନେ ପହଞ୍ଚି ଶିଶୁ ମାନଙ୍କୁ ପୋଲିଅ ବୁନ୍ଦା ଖୁଆଇବା ସହ ଶିଶୁ ମାନଙ୍କୁ ଚକଲେଟ ଦେଇ ଖୁସି ବ୍ୟକ୍ତ କରିଥିଲେ l ପରେ ଶିଶୁ ମାନଙ୍କୁ ପୋଲିଅ ବୁନ୍ଦା ଖୁଆଇବା ଦ୍ୱାରା ଶିଶୁ ମାନଙ୍କ ଉପରେ ଏହାର ଉପକାରିତାକୁ ନେଇ ଗ୍ରାମ ମାନଙ୍କରେ ସଚେତନତା କରିଥିଲେ l ଆଗାମୀ ଦିନରେ ଏହି ପରି ଭାବେ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ ଗ୍ରାମ ଗୁଡିକୁ ପହଞ୍ଚାଇ ନିହାତି ଆବଶ୍ୟକ ଏବଂ ଆମେ ନିହାତି ଭାବେ ପହଞ୍ଚାଇବୁ ବୋଲି ପ୍ରକାଶ କରିଥିଲେ lସୂଚନା ଯେ ଜିଲ୍ଲାର 1ଲକ୍ଷ 17ହଜାର 615ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଟାର୍ଗେଟ ରଖାଯାଇଥିବା ବେଳେ ଜିଲ୍ଲାରେ 1032ଟି ବୁଥ ଗଠନ କରାଯାଇଛି। ଏତଦବ୍ୟତୀତ 68ଟି ଟ୍ରାଞ୍ଜିଟ ଟିମ ଓ 23ଟି ମୋବାଇଲ ଟିମ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମରେ 2064ଜଣ ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ସ୍ବେଛାସେବୀ କର୍ମୀ ନିୟୋଜିତ କରାଯାଇଥିବା ଜଣାପଡିଛି l

WhatsApp Image 2021 01 31 at 2.26.59 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: