ନୀରଜ ଚୋପ୍ରା ୮୮.୪୪ ମିଟର ଦୂର ଜାଭେଲିନ୍‌ ଥ୍ରୋ’ କରି ହାସଲ କଲେ ଡାଏମଣ୍ଡ ଲିଗ୍‌ ଟାଇଟଲ

ନୂଆଦିଲ୍ଲୀ,୦୯/୦୯  : ନୀରଜ ଚୋପ୍ରା ୮୮.୪୪ ମିଟର ଦୂର ଜାଭେଲିନ୍‌ ଥ୍ରୋ’ କରି ହାସଲ କଲେ ଡାଏମଣ୍ଡ ଲିଗ୍‌ ଟାଇଟଲ |ଭାରତର ଷ୍ଟାର ଜାଭଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କ ପ୍ରଶଂସନୀୟ ପ୍ରଦର୍ଶନ ଜାରି ରହିଛି । ନୀରଜ ଚୋପ୍ରା ୮୮.୪୪ ମିଟର ବେଷ୍ଟ ଥ୍ରୋ ସହିତ ଡାଇମଣ୍ଡ ଲିଗ ଫାଇନାଲ ଜିତିଛନ୍ତି । ନୀରଜ ଏହି ଟାଇଟଲ ଜିତିବାରେ ହେଉଛନ୍ତି ପ୍ରଥମ ଭାରତୀୟ । ନୀରଜ ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ମଧ୍ୟ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ମାତ୍ର ସେହି ସମୟରେ ସେ ଯଥାକ୍ରମେ ୭ମ ଓ ୪ର୍ଥ ସ୍ଥାନରେ ଥିଲେ । କିନ୍ତୁ ଚଳିତ ଥର ନୀରଜ ଚୋପ୍ରା ସଫଳ ହୋଇଛନ୍ତି । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ରହିଥିଲା । ପରବର୍ତ୍ତୀ ପ୍ରୟାସରେ ସେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଏହାପରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ଓ ୮୩.୬୦ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ । ଚେକ ଗଣରାଜ୍ୟର ଜାକୁବ ଭାଲଡେଜ ସର୍ବାଧିକ ୮୬.୯୪ ମିଟର ଦୂର ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ସେହିପରି ଜର୍ମାନୀର ଜୁଲିଆନ ୱେବର ସର୍ବାଧିକ ୮୩.୭୩ ମିଟର ଦୂର ଜାଭେଲିନ୍‌ ଫିଙ୍ଗିଥିଲେ । ବିଶ୍ୱ ଚାମ୍ପିଅନସିପ୍‌ରେ ଆହତ ହେବା ପରେ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନଥିଲେ । ମାସେ ମଧ୍ୟରେ ଫିଠ୍‌ ହୋଇ ସେ ଗତ ଜୁଲାଇ ୨୬ ତାରିଖରେ ଲାଉସେନ ଡାଏମଣ୍ଡ ଲିଗ୍‌ରେ ଭାଗ ନେଇ ୮୯.୦୮ ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ସେ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ । ପ୍ରଥମ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍‌ର ମିଟ୍‌ ଟାଇଟଲ ହାସଲ କରିଥିଲେ । ପୂର୍ବରୁ ୨୦୧୭ ଓ ୨୦୧୮ ଡାଏମଣ୍ଡ ଲିଗ୍‌ ଫାଇନାଲ୍‌ରେ ପ୍ରବେଶ କରି ଯଥାକ୍ରମେ ସପ୍ତମ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: