ନୀଳଗିରି ୨୪/୧୦: ଖୁବଶୀଘ୍ର ନୀଳଗିରି ଗୋପୀନାଥପୁରରେ ଗଡିବ ପାସେଞ୍ଜର ଟ୍ରେନ|ଦୀପାବଳିରେ ନୀଳଗିରି ଓ ମୟୁରଭଞ୍ଜ ପାଇଁ ଶୁଭ ଖବର । ଖୁବଶୀଘ୍ର ବାଲେଶ୍ୱର ଜିଲ୍ଲା ନୀଳଗିରି ଗୋପୀନାଥପୁରରେ ନବନିର୍ମାଣ ହେଉଥିବା ରେଳଷ୍ଟେସନରୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦାରୁ ଉଦଳା-ଖୁଣ୍ଟା-ବାରିପଦା ଦେଇ ଝାଡଖଣ୍ଡ ପ୍ରଦେଶ ଟାଟାକୁ ରେଳ ଲାଇନ ସଂପ୍ରସାରଣ ହେବ । ଏନେଇ ଭାରତ ସରକାରଙ୍କ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏହିଠାରୁ କେନ୍ଦୁଝର,ଭୁବନେଶ୍ବର,ରାଇରଙ୍ଗପୁର,ଟାଟା ଅଞ୍ଚଳକୁ ରେଲଲାଇନ ସମ୍ପ୍ରସାରଣ ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦାବି ମଧ୍ୟ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୭.୮.୨୨ ରିଖରେ ନୀଳଗିରି ଗୋପୀନାଥପୁର ଠାରୁ କପ୍ତିପଦା, ଉଦଳା, ଖୁଣ୍ଟା, ବାରିପଦା ଦେଇ ଟାଟାକୁ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବିପତ୍ର ଲେଖିଥିଲେ । ଗତ ୨୦ ତାରିଖରେ ଶ୍ରୀ ପ୍ରଧାନଙ୍କ ଚିଠିର ଉତ୍ତରରେ ଶୁଭେଛା ଜଣାଇବା ସହ ନୂତନ ରେଳଲାଇନ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |