‘ନୀଳମୟ ଆକାଶେ ଭାସିିଲା ପରି ଦିଶେ ବିରହୀ ଜନମନ ତୋଷି’

ଶ୍ରୀଶ୍ରୀ ଗୋପିନାଥଜୀଉଙ୍କ ବସନ୍ତ ଉତ୍ସବରେ ଶରତ ରାହାସ

ରାଜକନିକା,୨୭/୧ :‘ଗଗନେ କେଡ଼େ ଶୋଭା ଦିଶି ଶରଗରେ ଶଶୀ, ନୀଳମୟ ଆକାଶେ ଭାସିିଲା ପରି ଦିଶେ ବିରହୀ ଜନମନ ତୋଷି’ ଏଭଳି କେଇପଦ ଗୀତିନାଟ୍ୟରେ ପ୍ରଭୁ ରାଧାକୃଷ୍ଣଙ୍କ ଅପୂର୍ବ ଭାବମୟ ସଙ୍ଗୀତରେ ସୃଷ୍ଟି କରିଥିଲା ଧର୍ମୀୟ ଭାବଧାରା । କଣ୍ଟପଡ଼ା ହାଟ ବସନ୍ତ ମଣ୍ଡପରେ ପ୍ରଭୁ ଗୋପିନାଥ ଜୀଉ ଆଉ ତାଙ୍କ ସମ୍ମୁଖରେ କଳାକାର ମାନେ ଶରତ ରାହାସ ଗୀତିନାଟ୍ୟ ପରିବେଷଣ କରିଥିଲେ । ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ସୃଷ୍ଟିକରିଥିଲା ଅପୂର୍ବ ଶିହରଣ । ସତେ ଯେମିତି କିଛି ସମୟ ପାଇଁ ଦ୍ୱାପର ଯୁଗର ଭ୍ରମ ସୃଷ୍ଟି କରିଥିଲା । ଶହଶହ ଭକ୍ତମାନେ ରହିବୋଲ ହୁଳହୁଳି ପ୍ରକମ୍ପିତ ହୋଇଉଠିଥିଲା ବସନ୍ତ ଉତ୍ସବରେ ଶରତ ରାହସ । ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବଡ଼ାଗର ଶ୍ରୀଶ୍ରୀ ଗୋପିନାଥଜୀଉଙ୍କ ବସନ୍ତ ଉତ୍ସବରେ ଶରତ ରାହାସ ଆନନ୍ଦ ଉଲ୍ଲାସର ସହିତ ପୂର୍ବ ପରମ୍ପରା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ଆଳତୀ ପରେ ପରେ କାହାଳୀ, ତୁରୀ ବଜାଇ ଘଣ୍ଟ ଘଣ୍ଟା ବାଜା ରୋସଣୀରେ ଚତୁଦିଗ ପ୍ରକମ୍ପିତ କରି ପ୍ରଥମେ ଗ୍ରାମ ଏବଂ ପରେ ନଗର ପରିକ୍ରମା କରି କଣ୍ଟପଡ଼ା ହାଟ ତୋଟା ଠାରେ ଥିବା ବସନ୍ତ ମଣ୍ଡପରେ ପ୍ରଭୁ ଶ୍ରୀଶ୍ରୀ ଗୋପିନାଥଜୀଉ ବିଜେ ହୋଇଥିଲେ । ହଜାର ହଜାର ଭକ୍ତ ଗଣ ଏକାଠି ହୋଇ ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ପୂଜକ ବୈକୁଣ୍ଠ ଦାଶ, କଳ୍ପତରୁ ଦାଶ, ବୈଷ୍ଣବ ଦାଶ, ଗଜାନନ ପାଣିି, ନବଘନ ପାଣି ପ୍ରଭୁଙ୍କ ଠାରେ ଭୋଗ ନୈବିଦ୍ୟ ଏବଂ ଅବିର ଆଦି ଲାଗି କରିଥିଲେ । ସମସ୍ତ ଭକ୍ତଗଣମାନେ ପ୍ରସାଦ ସେବନ କରିଥିଲେ । ଦେବେନ୍ଦ୍ର ନାୟକ, ସୌଭାଗ୍ୟ ରଞ୍ଜନ ନାୟକ, ଶୈଳେନ୍ଦ୍ର ନାୟକ, ଅଶୋକ ନାୟକ, ଶୁକଦେବ ବିଶ୍ୱାଳ, ନିର୍ମଳ ଦାଶ, ମାନସ ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ କନିକାର ଜବନ କବି ମିର୍ଜା ଉଜୀର ବେଗ୍‌ଙ୍କ ଦ୍ୱାରା ରଚିତ କାଳଜୟୀ ଗୀତିନାଟ୍ୟ ‘ନନ୍ଦ ଉତ୍ସବ’ର ଶରତ ରାହାସ ପରିବେଶିତ ହୋଇଥିଲା ।ଗୁରୁ ଗୋବିନ୍ଦ ନାୟକଙ୍କ ନିର୍ଦ୍ଦେଶନାରେ ସୌଭାଗ୍ୟ ରଞ୍ଜନ ନାୟକ ମଞ୍ଚ ରିଚାଳନା କରିଥିଲେ । ଗଗନ ସେଠୀ, ଅମର କୁମାର ବେହେରା ଏବଂ ବିଜୁ ନାୟକ ସହଯୋଗ କରିଥିଲେ । ବଂଶୀଧର ନାଥ, ସୁନୀଲ, ବିଶ୍ୱାଳ, ଛୋଟୁ, ଦେବ ନାୟକ, ମହେଶ୍ୱର ମଲ୍ଲିକ, ରିଙ୍କୁ ନାୟକ ଏବଂ ରାକେଶ ନାୟକ ଆଦି କଳାକାର ମାନେ ତାଙ୍କର ଶରତ ରାହାସରେ ତାଙ୍କର ସଙ୍ଗୀତ ଏବଂ କଳା ପରିବେଷଣ କରିଥିଲେ ।

rahas gopinatha Rajkanika

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: