ଚଣ୍ଡିଗଡ, ୨୦/୦୯: ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚରଣଜୀତ ସିଂହ ଚନ୍ନି । କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି । ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ ।ଶପଥଗ୍ରହଣ ପୂର୍ବରୁ ଚରଣଜୀତ ଏକ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |