ପୁରୀ,୩୦।୧୨: ନୂତନ ବର୍ଷ ନେଇ ପୁରୀରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥିସହିତ ପୁରୀରରେ ୨ ଦିନିଆ କଟକଣା ମଧ୍ୟ ଜାରୀ ରଖିଛନ୍ତି । ଫଳରେ ଭକ୍ତମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାରୁ ପଡିବ ନାହିଁ । ତେବେ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ ଭେଣ୍ଡି ଜୋନ୍ କରାଯାଇଛି । ତେବେ ପୁରୀରେ ଏହି କଟଣା ୨ ଦିନ ପାଇଁ ବଳବତ୍ତର ରହିବ । ଅର୍ଥାତ ଡିସେମ୍ବର ୩୧ ତାରିଖ ବେଂ ଜାନୁଆରୀ ୧ ଚାରିଖ ପାଇଁ ଏହି କଟକଣା ଜାରୀ ରହିବ । ତେବେ ତାଳବଣିଆ, ଷ୍ଟର୍ଲିଂ ନିକଟ ଓ ଜଗନ୍ନାଥବଲ୍ଲଭରେ କାର ପାର୍କିଂର ବ୍ୟବସ୍ତା କରିଛି ପୁରୀ ପ୍ରଶାସନ । ଏଥିସହିତ ବଡଶଙ୍ଖଠାରୁ ଶରଧାବାଲି ଯାଏଁ ଦୁଇଟକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଛା କରାଯାଇଛି । ଏତତ୍ ବ୍ୟତୀତ ଏହି ୨ ଦିନ ବଡଦାଣ୍ଡରେ ଉଠା ଦୋକାନୀଙ୍କୁ ବସିବା ଉପରେ ମଧ୍ୟ କଟକଣା ଜାରୀ ହୋଇଛି । ତେବେ ସ୍କୁଲ ପିଲା ଏବଂ ଛୋଟପିଲାମାନଙ୍କ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ତେବେ ସିଂହ ଦ୍ୱାର ନିକଟରେ ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ବିଶ୍ରାମ ସ୍ଥଳୀର ବ୍ୟବସ୍ଥା ହୋଇଛି ।ଅନ୍ୟପକ୍ଷେ ଦୁଇଦିନ ପୁରୀ ବଡ଼ ଦାଣ୍ଡରେ ସମସ୍ତ ଦୋକାନ ବନ୍ଦ ରହିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |