ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜିର ଭୂମି ପୂଜନ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେଇଛନ୍ତି। ଏହି ଭବନର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ତେବେ ସୂଚନା ଅନୁଯାୟୀ, ନବନିର୍ମିତ ସଂସଦ ଭବନର ସମସ୍ତ କାର୍ଯ୍ୟ ୨୦୨୨ ମସିହା ସୁଦ୍ଧା ସମାପ୍ତ ହେବ । ନୂଆ ସଂସଦ ଭବନରେ ଲୋକସଭା ସାଂସଦଙ୍କ ପାଇଁ ୮୮୮ଟି ସିଟ୍ ଓ ରାଜ୍ୟସଭା ସାଂସଦଙ୍କ ପାଇଁ ୩୮୪ଟି ସିଟ୍ ରହିବାର ବ୍ୟବସ୍ଥା ରହିଛି ।ନିର୍ମାଣ ହେବାକୁ ଯାଉଥିବା ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ହଜାର ୫୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ହେବ। ଯାହାର ଆନୁମାନିକ ମୂଲ୍ୟ ୯୭୧କୋଟି ଟଙ୍କା ହେବ। ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ଏହି ସଂସଦ ଭବନର ନିର୍ମାଣ କାର୍ଯ୍ୟ ଟାଟା ଗ୍ରୁପ୍ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |