ନୂଆଦିଲ୍ଲୀ,୨୫ା୫: ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଯୋଗଦେବେ ୨୫ଟି ରାଜନୈତିକ ଦଳ|ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏନେଇ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବୟକଟ ଘୋଷଣା କରାଯାଇଥିଲା । ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ୨୫ଟି ରାଜନୈତିକ ଦଳ ଯୋଗଦେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ପୂର୍ବରୁ କଂଗ୍ରେସ ସମେତ ୧୮ଟି ଅନ୍ୟ ଦଳ ଏହି ଉତ୍ସବ ଠାରୁ ନିଜକୁ ଦୂରେଇ ରଖିବେ ବୋଲି କୁହାଯାଉଥିଲା । ତେବେ ଏହି ଦଳଗୁଡ଼ିକର ୨୪୨ ଜଣ ସାଂସଦ ଉଭୟ ଲୋକସଭା ଓ ରାଜ୍ୟସଭାରେ ରହିଛନ୍ତି । ତେବେ ଯେଉଁ ଦଳଗୁଡ଼ିକ ଏହି ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି ସେମାନଙ୍କ ମଧ୍ୟରେ ବିଜେପି, ଶିବସେନା, (ଏକନାଥ ଶିନ୍ଦେ ଗ୍ରୁପ), ଏନପିସି, ଏନଡିପିପି, ଏସକେଏମ, ଆରଏଲଜେପି, ଅପନା ଦଳ, ଆରପିଆଇ, ତାମିଲ ମାନିଲା କଂଗ୍ରେସ, ଏଆଇଏଡିଏମକେ, ଏଜେଏସୟୁ, ଏମଏନଏଫ, ୱାଇଏସଆରସିପି, ସିଡିପି, ଏସଏଡି, ବିଜେଡି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |