ନୂତନ ଆରଟିଓ ଭାବେ ବିକାଶ ଚୌଧୁରୀଙ୍କ ଦାଇତ୍ୱ ଗ୍ରହଣ

ଗଞ୍ଜାମ,୯/୯(ମନୋଜ ପାତ୍ର):ଗଞ୍ଜାମର ନୂତନ ଆରଟିଓ ଭାବେ ବିକାଶ ଚୌଧୁରୀ ମଙ୍ଗଳବାର ଦିନ ଦାଇତ୍ୱ ଗ୍ରହଣ କରିଛନ୍ତି ।ଶ୍ରୀ ଚୌଧୁରୀ ଏଥି ପୂର୍ବରୁ ବାଲେଶ୍ଵର ଜିଲ୍ଲାରେ ଆରଟିଓ ଭାବେ କାର୍ଯ୍ୟରତ ଥିଲେ ।ସେ ୧୯୯୧ ମସିହାରେ ତାଙ୍କ ଚାକିରୀ କାଳ ଆରମ୍ଭ କରି ପ୍ରଥମେ ଯାଜପୁର ଜିଲ୍ଲା ଏବଂ ପରେ ସୁନ୍ଦରଗଡ଼ ଜିଲ୍ଲାରେ ପରିବହନ ବିଭାଗର ବିଭିନ୍ନ ପଦବୀରେ ରହିଆସିଛନ୍ତି ।ଗଞ୍ଜାମ ଜିଲ୍ଲା ପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଚୌଧୁରୀ ଦାଇତ୍ୱ ଗ୍ରହଣ କରିବା ପରେ ପରିବହନ ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବେ ବୋଲି କହିଛନ୍ତି ।ଶ୍ରୀ ଚୌଧୁରୀ ଏହି ଦାଇତ୍ୱ ନେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!