ବ୍ରହ୍ମପୁର,୨୬/୫(ମନୋଜ କୁମାର ପାତ୍ର):ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମ ସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ମଙ୍ଗଳବାର ସକାଳ ୭ଘ.ସମୟରେ ବିଶ୍ବ କଲ୍ୟାଣ ଓ କରୋନାରୁ ମୁକ୍ତି ନିମନ୍ତେ ପୂଜାପାଠ କରାଯାଇଥିଲା।ପୂଜାରୀଙ୍କ ଦ୍ୱାରା ଭଗବାନ ନୃସିଂହନାଥଙ୍କୁ ତୁଳସୀ, ଦୀପଦାନ ସହ ୧୦୮ ଆଳତି କରାଯାଇଥିଲା।କରୋନା ଯୋଦ୍ଧା ମାନଙ୍କ ସକାଶେ ତଥା ଦିବ୍ୟଜୀବନ ସଙ୍ଘର ବରିଷ୍ଠ ସଦସ୍ୟ ଶ୍ରୀ ଚକ୍ରଭାଇଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ, ସହଦେବ ପାତ୍ର, ଅକ୍ଷୟ କୁମାର ରଥ, ଇ.ସୀମାଞ୍ଚଳ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |