ନେତାଙ୍କ କାର ଉପରକୁ ବୋମା ମାଡ

ଢେଙ୍କାନାଳ,୧୮/୧୦: ଢେଙ୍କାନାଳ ଜିଲ୍ଲା ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ ଗାଡ଼ି ଉପରକୁ ବୋମା ମାଡ଼।  ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ କାର୍ ଉପରକୁ ବୋମାମାଡ ହୋଇଛି । ମଢିସାହି ଘର ଆଗରେ କାର ରହିଥିବାବେଳେ କେହି ଦୃବୁତ୍ତ ଗାଡି ଉପରକୁ ବୋମାମାଡ କରିଛନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣା ପଡଛି । ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଦୁଇ ଦୁର୍ବୃତ୍ତ ଏକ କଳା ପଲସର ବାଇକରେ ଆସି କାମାକ୍ଷାନଗର ସ୍ଥିତ ମଢ଼ି ସାହିରେ ଥିବା ବାସଭବନ ଠାରେ ବିଳମ୍ବିତ ରାତିରେ  ତାଙ୍କ ଗାଡ଼ି ଉପରକୁ ତିନୋଟି ବୋମା ମାଡ଼ କରିଛନ୍ତି। ଯାହାର ଭିଡ଼ିଓ ସିସିଟିଭ ରେ ରେକର୍ଡ ହୋଇଛି।ଫଳରେ ଗାଡିର ପଛ କାଚ ସମ୍ପୂର୍ଣ ଭାଙ୍ଗି ଯାଇ ଥିବା ବେଳେ, ଘଟଣାସ୍ଥଳରେ ଏବେବି ଦୁଇଟି ଅଫୁଟା ବୋମା ପଡ଼ିରହିଛି । ତେବେ ଏହି ଘଟଣାର ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି , ଏବଂ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: